ଋଣ ଚାପରେ ଚାଷୀଙ୍କ ଆତ୍ମହତ୍ୟା

ପୁଲିସ ଜୁଲମ: ଆଦିବାସୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

News Track Live, NewsTrack

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୁଇନାଳୀ ଗାଁର ଜଣେ ଚାଷୀ ଆଜି ଆତ୍ମହତ୍ୟା କରିଛନ୍ତି। ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଋଣ ଚାପ ଯୋଗୁଁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ, ସାପୁଇନାଳୀ ଗାଁର ଚାଷୀ ଅଚ୍ୟୁତାନନ୍ଦ ବାଘ (୪୬) ଆଜି ସକାଳୁ ଘରୁ ପଳାଇଯାଇଥିଲେ। ଗାଁ ନିକଟ କାଠପାଳ ଗାଁର ଏକ କାଜୁବଗିଚାରେ ତାଙ୍କ ମୃତଦେହ ଝୁଲୁଥିବା ସକାଳ ପ୍ରାୟ ସାଢେ଼ ୯ ଟାବେଳେ ଦେଖା‌ଯାଇଥିଲା। ଖବରପାଇ ପରିବାର ସଦସ୍ୟ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ। ୬ ମାସ ତଳେ ଅଚ୍ୟୁତାନନ୍ଦ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଆଣି ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା କରିଥିଲେ। ସଂପୃକ୍ତ କମ୍ପାନି କର୍ମଚାରୀ ଋଣ ପରିଶୋଧ କରିବା ପାଇଁ ବାଧ୍ୟ କରିବାରୁ ସେ ଚିନ୍ତାରେ ଥିଲେ। ଏଥିଯୋଗୁଁ ଅଚ୍ୟୁତାନନ୍ଦ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ, ଏ ବାବଦରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe