କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଗବଯୋର-ବୈଦ୍ୟନାଥ ତେଲ ନଦୀ ସେତୁ ନିର୍ମାଣ ଦାୟିତ୍ବ ୨୦୧୫ରେ ସୋନପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଘରୋଇ ଠିକା ସଂସ୍ଥାକୁ ଦିଆ ଯାଇଥିଲା। ଉକ୍ତ ସେତୁକୁ ସଂଯୋଗ କରୁଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣରେ ବହୁ ବିଳମ୍ବ ହେଉଛି। ଅନେକ ଚାଷୀଙ୍କ ଜମି ଅଧିଗ୍ରହଣ ହୋଇ ଟଙ୍କା ଦିଆଯାଇ ଥିଲେ ସୁଦ୍ଧା ପଥର୍ଲା ଗ୍ରାମର ୪ ଜଣ ଚାଷୀଙ୍କ ୨୩ ଡେସିମିଲ ଜମି ଅଧିଗ୍ରହଣ ହୋଇନାହିଁ। ହେଲେ ଠିକାସଂସ୍ଥା ପକ୍ଷରୁ ବଳପୂର୍ବକ ପଥର୍ଲା ଗ୍ରାମର ଏହି ୪ ଚାଷୀ ନୀଳକଣ୍ଠ ଦେହରିଆ, ପ୍ରେମକଣ୍ଠ ଦେହେରିଆ, ନିଧିକଣ୍ଠ ଦେହେରିଆ ଓ ନିର୍ମଳ ଦେହେରିଆଙ୍କ ଜମିରେ ପିଚୁରାସ୍ତା ନିର୍ମାଣ କରାଯାଇଛି। ଫଳରେ ଗତ ୧୪ ତାରିଖ ଉକ୍ତ ରାସ୍ତାରେ ପିଚୁ କାମ ଚାଲୁଥିବା ବେଳେ କ୍ଷତିଗ୍ରସ୍ତ ଜମି ମାଲିକମାନେ ରାସ୍ତାକୁ କାଟି ଦେଇଥିଲେ। ପ୍ରାପ୍ୟ ଟଙ୍କା ନ ମିଳିବା ପର୍ଯ୍ୟନ୍ତ ରାସ୍ତାକାମ କରାଇ ଦେବୁନାହିଁ ବୋଲି କହିଛନ୍ତି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜମି ବାବଦ ପ୍ରାପ୍ୟ ପ୍ରଦାନ କରି ରାସ୍ତା ମରାମତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ବାହୀ ଯନ୍ତ୍ରୀ ଏମ. ରେଡ୍ଡୀଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us