କଲମପୁର: ନିଜ କଷ୍ଟ ଉପାର୍ଜିତ ଧାନର ଉଚିତ ମୂଲ୍ୟ ପାଇବାକୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ମଣ୍ଡି ଖୋଲିବାର ୨୦ ଦିନ ପରେ ବି ଅନେକ ଚାଷୀଙ୍କ ଟୋକନ ଆସି ପାରି ନାହିଁ। ସେହିପରି କଳାହାଣ୍ଡି ଜିଲ୍ଲା କଲମପୁରର ରାଧେଶ୍ୟାମ ଶର୍ମା ଜଗନ୍ନାଥ ମନ୍ଦିର ନାମରେ ଥିବା ଚାଷ ଜମିକୁ କର ଆକାରରେ ନେଇ ଧାନ ଚାଷ କରିଥିଲେ। ଯେତେ କାଗଜପତ୍ର ଦାଖଲ କଲେ ବି ଟୋକନ ଆସିପାରି ନାହିଁ। ପ୍ରଶାସନ କେବଳ ଆଶ୍ଵାସନା ଦେଇ ଚାଲିଛି। ଫଳରେ ସେ ଧୈର୍ଯ୍ୟହରା ହୋଇପଡ଼ିଲେଣି। ଶେଷରେ ସେ ତହସିଲ ଅଫିସ୍ ସମ୍ମୁଖରେ ଧାନ ଗଦାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଆବଶ୍ୟକ ହେଲେ ଆତ୍ମାହୁତି ଦେବାକୁ ପଛାଇବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।
ଧାନ ବିକିନପାରି ଚାଷୀଙ୍କ ଆତ୍ମାହୁତି ଧମକ
Advertisment
Follow Us