ଧାନ ବିକ୍ରି ଅଚଳାବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ, ୮ଦଫା ଦାବିରେ ସୋନପୁର-ସମ୍ବଲପୁର ରାଜପଥ ଅବରୋଧ

Advertisment
ଧାନ ବିକ୍ରି ଅଚଳାବସ୍ଥାକୁ ନେଇ ରାସ୍ତାକୁ ଓହ୍ଲାଇଲେ ଚାଷୀ,  ୮ଦଫା ଦାବିରେ ସୋନପୁର-ସମ୍ବଲପୁର ରାଜପଥ ଅବରୋଧ

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହିକୁଡି ଠାରେ ଶୁକ୍ରବାର ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଚାଷ ସମସ୍ୟା ନେଇ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଥିଲା।  ଜିଲ୍ଲା କୃଷକ ସଂଗଠନର ସଭାପତି ବୈକୁଣ୍ଠ ସତପଥୀଙ୍କ ନେତୃତ୍ଵରେ ହୋଇଥିବା ଏହି ରାସ୍ତାରୋକ ଆନ୍ଦୋଳନରେ ପଦ୍ମଲୋଚନ ମିଶ୍ର, ସତ୍ୟନାରାୟଣ ପଧାନ, ଗୋବିନ୍ଦ ମୁଶ୍ର, ବାଲଗୋପାଲ ମହାପାତ୍ର, ପ୍ରଶାନ୍ତ ଦଣ୍ଡସେନା, ନରେନ୍ଦ୍ର ଆଚାର୍ଯ୍ୟ, ହିମାସୁ ଭୋଇ, ରାଜକୁମାର ମିଶ୍ର, ସୁଧାଂଶୁ ମିଶ୍ର, ରାମ ନାଏକ, ପ୍ରଶାନ୍ତ ନନ୍ଦରାଜେନ୍ଦ୍ର ସା, ସତ୍ୟପ୍ରିୟ ପଧାନ ଗୌତମ ନାୟକ  ପ୍ରମୁଖ ସାମିଲ ହୋଇଥିଲେ।

ଚାଷୀଙ୍କ ଦାବି ହେଲା ମଣ୍ଡିରେ ଧାନ ରଖି ଥିଲେହେଁ ଟୋକନ ଅବଧି ସରିଯାଇଥିବା, କେତେକଙ୍କ ଚାଷ  ଜମିକୁ ପଞ୍ଜୀକରଣ କରିଥିଲେ ମଧ୍ୟ ଟୋକନ ଆସିନାହିଁ, ମିଲ ମାଲିକଙ୍କ ଅବହେଳା ଯୋଗୁ ପେସ୍କରୁ ଠିକ ସମୟରେ ଧାନ ଉଠିନାହିଁ, ଚାଷିଙ୍କୁ ବସ୍ତା ଦେଉନଥିବା ସମସ୍ୟାକୁ ନେଇ ଆନ୍ଦୋଳନ ସଂଗଠନ କରୁ ଥିବା ବେଳେ ଘାଟଣାସ୍ଥଳକୁ ତହସିଲଦାର ଉଲୁଣ୍ଡା, ଉପଜିଲ୍ଲାପାଳ ବୀରମହାରାଜପୁର ପହଂଚି ବୁଝା ସୁଝା କରି ଥିଲେ ହେଁ ଚାଷୀ ମାନିବାକୁ ନlରାଜ ହୋଇ ଥିଲେ ମଣ୍ଡିରେ ପଡ଼ି ଥିବା ଧାନ ଲେପ୍ସ ହୋଇ ଥିବା ଧାନ ଓ଼ ପଞ୍ଜୀକରଣ ହୋଇ ଥିବା ଚାଷୀଙ୍କ ନାମ କାହିଁକି କଟିଲା ବୋଲି ଜବାବ ରଖୀ ଥିଲେ। ଯିଏ ଭୁଲ କରିଛି, ସିଏ ଦାଣ୍ଡ ପାଉ ବୋଲି କହିବା ସହ ଜିଲ୍ଲପାଳ ଘଟଣାସ୍ଥଳକୁ ନ ଆସିବା ପର୍ଯନ୍ତ ଆନ୍ଦୋଳନରୁ ଉଠିବୁ ନାହିଁ ବୋଲି ମନା କରି ଦେଇଥିଲେ।

ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ସହ କଥାବାର୍ତ୍ତା ପରେ ଏକ ୩ ଜଣିଆ କମିଟି ଗଠନ କରି ଏହି ସମସ୍ୟାର ସମାଧାନ କରିବା ପାଇଁ ବ୍ଲକ ଯୋଗାଣ ଅଧିକାରୀ, ରାଜସ୍ୱ ଅଧିକାରୀ, ପେକ୍ସ ସଂପାଦକ ଏବଂ ଗ୍ରୁପର ସଂପାଦିକା ତଦନ୍ତର ରିପୋର୍ଟ ବୀରମହାରାଜପୁର ଉପଜିଲ୍ଲାପାଳଙ୍କୁ ଦିଆଯାଇଥିଲା । ଏ ନେଇ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଜଣାଇବେ ବୋଲି ଚାଷୀଙ୍କୁ ଏକ ଲିଖିତ ଦସ୍ତଖତ କରି ପ୍ରଶାସନ ଚାଷୀ ସଭାପତିଙ୍କୁ ଦେବା ପରେ ଆନ୍ଦୋଳନ ଶେଷ ହୋଇଥିଲା ।

publive-image

୧୫ ଏକର ପାଇଁ କରିଥିଲେ ପଞ୍ଜୀକରଣ, ଆସିଲା ୧ ଏକର
ଉଲୁଣ୍ଡା ବ୍ଲକ୍‌ କଳାପଥର ଗ୍ରାମରେ କାଳେଶ୍ବରୀ ମହିଳା ଏସ୍‌ଏଚ୍‌ଜି ଧାନ କିଣା ଦାୟିତ୍ବ ନେଇଛି। ଧାନ ବିକ୍ରି ପାଇଁ ଚାଷୀମାନେ ଏସ୍‌ଏଚ୍‌ଜି ପାଖରେ ନାମ ପଞ୍ଜୀକରଣ କରିଥିଲେ। ଚାଷୀ ରମେଶ ପ୍ରସାଦ ପଧାନ, ରଞ୍ଜନ ପଧାନ ଓ ନାସିମା ପଧାନ ୧୫ ଏକର ଜମିର ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିଥିଲେ। ସେମାନେ ସେମାନଙ୍କୁ ୧ ଏକରର ଧାନ ବିକ୍ରି ପାଇଁ ଟୋକନ ଆସିଥିବା ଜଣାଯାଇଛି। ତେଣୁ ଅବଶିଷ୍ଟ ଧାନ କିପରି ବିକିବେ ସେନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। ଏ ବାବଦରେ ସିଏସ୍‌ଓଙ୍କଠାରେ ଅଭିଯୋଗ କଲେ ବି କୌଣସି ଲାଭ ହେଲା ନାହିଁ ଚାଷୀ ରଞ୍ଜନ କହିଛନ୍ତି।

publive-image

ସୁବର୍ଣ୍ଣପୁର ଜିଲ୍ଲାର ଭାତହାଣ୍ଡି ଭାବେ ପରିଚିତ ବିନିକା ବ୍ଲକ୍‌ରେ ଚାଷୀଙ୍କ ସ୍ଥିତି ଚିନ୍ତାଜନକ। ସରକାରୀ ଅବ୍ୟବସ୍ଥାର ଶିକାର ହୋଇ ଏବେ ବହୁ ଚାଷୀ ଚାଷ ଛାଡ଼ିବାକୁ ମନସ୍ଥ କରିଥିବା ଜଣାଯାଇଛି। ଚାଷୀଙ୍କ କହିବା ଅନୁସାରେ ଧାନ ଚାଷ ପାଇଁ ଏକର ପିଛା ୩୦ ରୁ ୩୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ପ୍ରତିବର୍ଷ ସାର ଏବଂ କୀଟନାଶକ ଔଷଧର ମୂଲ୍ୟ ସହ କୃଷି ଶ୍ରମିକ ମଜୁରୀ ଅତ୍ୟଧିକ ସାମଗ୍ରୀ ବୃଦ୍ଧି ହେଉଛି। ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଯୋଗୁ ଚାଷ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ମେସିନର ଭଡ଼ା ବୃଦ୍ଧି, ମନମୁତାବକ ଧାନ, ବିହନ, ସାର ଔଷଧ ମିଳି ନ ପାରିବା ଏବଂ କୃଷି ଶ୍ରମିକର ଘୋର ଅଭାବ ଲାଗି ରହିଛି। ଏହା ସତ୍ତ୍ବେ ଧାନର ସହାୟକ ମୂଲ୍ୟ ବୃଦ୍ଧି ନଗଣ୍ୟ। ସେହିପରି ଧାନ ବିକ୍ରି ପାଇଁ ଚାଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe