ଆଷାଢ଼ ବର୍ଷା ଶୂନ୍ୟ, ଉଜୁଡ଼ିଲାଣି ପରିବା ଚାଷ

Advertisment

ନଦୀରେ ବାଲିବନ୍ଧ କରି ପାଣି ନେବାକୁ ବ୍ୟବସ୍ଥା କରୁଛନ୍ତି ଚାଷୀ

ନଦୀରେ ବାଲିବନ୍ଧ କରି ପାଣି ନେବାକୁ ବ୍ୟବସ୍ଥା କରୁଛନ୍ତି ଚାଷୀ

ଆଷାଢ଼ ବର୍ଷା ଶୂନ୍ୟ, ଉଜୁଡ଼ିଲାଣି ପରିବା ଚାଷ

ବରଗଡ଼ : ଆଷାଢ଼ ମାସରେ ବର୍ଷାର ଦେଖା ନାହିଁ। ପ୍ରାକ୍‌ ମୌସୁମୀ ବର୍ଷା ବି ପଡ଼ିନାହିଁ। ବରଂ ତାପମାତ୍ରା ୪୪ ଡିଗ୍ରି ଉପରେ ରହିଛି। ଟାଣ ଖରାରେ ସବୁ ଜଳାଶୟ ଶୁଖିଲା ପଡ଼ିଛି। ଜୀରା ନଦୀରେ କେଉଁ କାଳରୁ ଧାର ଶୁଖି ଯାଇଛି। ଏଭଳି ସ୍ଥିତିରେ ପରିବା ଚାଷୀମାନେ ସଂପୂର୍ଣ୍ଣ ହତାଶ ଅଛନ୍ତି। ନଦୀରେ ବାଲିବନ୍ଧ କରି ଗୋଟିଏ କିଲୋମିଟର୍‌ ଦୂର ପାଣି ନେବାକୁ ବ୍ୟବସ୍ଥା କରୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍ ବରମକେଲା ପଞ୍ଚାୟତ ଗ୍ରୀଣ୍ଡୋଲା ଗ୍ରାମରେ।

ବର୍ଷାଭାବ ଯୋଗୁଁ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଏଠାକାର ଚାଷୀମାନେ ଜୀରା ନଦୀର ପାଣି ଉପରେ ନିର୍ଭର କରି ଆସୁଛନ୍ତି। ଜୀରା ନଦୀର ପାଣିକୁ ଉଠା ଜଳସେଚନ ମାଧ୍ୟମରେ ବିନିଯୋଗ କରି ପନିପରିବା ଚାଷ କରୁଛନ୍ତି। ସେଥିରେ ପରିବାର ଚଳାଉଛନ୍ତି। ଜୀରାରେ ପାଣି ନାହିଁ ଏବଂ ଆସନ୍ତା ୧ ତାରିଖରେ ହିଁ କେନାଲ୍‌ ପାଣି ଆସିବ। ଏଭଳି ସ୍ଥିତିରେ ଚାଷୀଙ୍କ ପନିପରିବା ମରିବାକୁ ବସିଛି। ବିକଳ୍ପ ଉପାୟ ନ ଥିବାରୁ ଗ୍ରୀଣ୍ଡୋଲାର ଚାଷୀମାନେ ଜୀରା ନଦୀରେ ବାଲି ବାନ୍ଧି ଗୋଟିଏ କିଲୋମିଟର୍‌ ଦୂର ଯାଏଁ ନାଳା ଖୋଳିଛନ୍ତି। ଏହି ନାଳାରୁ ୧୪ଟି ସ୍ଥାନରେ ପାଣି ଉଠାଇ ଚାଷୀ ଜମିକୁ ପାଣି ମଡ଼ାଉଛନ୍ତି। ସ୍ଥିତି ସଂଗୀନ ଥିବାରୁ କେନାଲ୍‌ ପାଣି ଶୀଘ୍ର ଛାଡ଼ିବାକୁ ଚାଷୀମାନେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe