ଜଳସଚେନ ଦାବିରେ ତାତିଲେ ଚାଷୀ: ଜାତୀୟ ରାଜପଥ ଅବରୋଧ

Advertisment
ଜଳସଚେନ ଦାବିରେ ତାତିଲେ ଚାଷୀ: ଜାତୀୟ ରାଜପଥ ଅବରୋଧ

ଡୁଡୁକା: ଲୋୟର ସୁକତେଲ ପ୍ରକଳ୍ପରୁ ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକର ୫ଟି ପଞ୍ଚାୟତ ବେନ୍ଦ୍ରା, ନଅଗାଁ(ଖ), ବଡ଼ଟିକା, ଝରଣିପାଲି, ନୁନିଆପାଲିକୁ ପାଣି ଯୋଗାଣ ନେଇ ଦାବି କରାଯାଇଛି। ଏନେଇ ବ୍ଲକ କୃଷକ ସଙ୍ଘର୍ଷ ସମିତି ପକ୍ଷରୁ ୨୬ନଂ ଜାତୀୟ ରାଜପଥ ରୁଗୁଡ଼ିଖାଲ ଛକରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରି ରାଜରାସ୍ତା ଅବରୋଧ କରିଥିଲେ। ଉକ୍ତ ଦାବି ସହ କୃଷିଋଣ ଛାଡ଼, କୃଷିକ୍ଷେତ୍ର ନିମନ୍ତେ ବ୍ୟବହୃତ ବିଦ୍ୟୁତ୍ ବିଲ ଛାଡ଼, ୨୦୨୧ରୁ ପଡ଼ିରହିଥିବା ଇନପୁଟ ସବସିଡ଼ି ପ୍ରଦାନ, ସ୍ୱାମୀନାଥନ କମିଟିର ସୁପାରିଶ ମୁତାବକ ଏମ୍‌ଏସ୍‌ପିକୁ ସୁନିଶ୍ଚିତ କରିବା, କ୍ରପକଟିଂ ରିପୋର୍ଟକୁ ସାର୍ବଜନୀନ କରିବା ଓ ଅଦିନିଆ ବର୍ଷାରେ କ୍ଷୟକ୍ଷତି ଫସଲର କ୍ଷତିପୂରଣ ପ୍ରଦାନ ଆଦି ଦାବି କରାଯାଇଛି।

ଖବରପାଇ ବଲାଙ୍ଗୀର ଉପ ଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ଆଗଲପୁର ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ, ଲୋଇସିଂହା ଆଇଆଇସି ଯାଜ୍ଞସିନୀ ନାୟକ ପ୍ରମୁଖ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ୫ ଜଣିଆ ପ୍ରତିନିଧି ଦଳ ସହ ଏନେଇ ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ନରମିଥିଲେ। ସମିତି ସଭାପତି ରତ୍ନାକର ମିଶ୍ରଙ୍କ ନେତୃତ୍ୱରେ କ୍ଷମା ଦଳପତି, ଜିଲ୍ଲା କୃଷକ ମହାସଂଘ ସଦସ୍ୟ ଯତି ପଧାନ, କୃଷ୍ଣଚନ୍ଦ୍ର ନାୟକ, ଶ୍ୟାମ ସୁନ୍ଦର ବିଶ୍ୱାଳଙ୍କ ସମେତ ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe