ଧାନ ଉଠିବା ଦାବିରେ ରାସ୍ତାରୋକ କଲେ ଚାଷୀ

Advertisment

ନର୍ଲା ବିଧାୟକ ଓ ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

ନର୍ଲା ବିଧାୟକ ଓ ତହସିଲଦାରଙ୍କ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

ଧାନ ଉଠିବା ଦାବିରେ ରାସ୍ତାରୋକ କଲେ ଚାଷୀ

ରୁପ୍ରା : ନର୍ଲା ବ୍ଲକର ବିଭିନ୍ନ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡ଼ିରହିଥିବାରୁ ଚାଷୀ ହନ୍ତସନ୍ତ ହୋଇ ଗୁରୁବାର ସକାଳ ୯ଟାରୁ ନର୍ଲାରୁ ଭବାନୀପାଟଣା ଯାଇଥିବା ରାଜରାସ୍ତାରେ (ନର୍ଲା ଧାନମଣ୍ଡି ସମ୍ମୁଖ) ଧାନବସ୍ତା ରଖି ରାସ୍ତା ଅବରୋଧ କରିଥିଲେ। ପରେ ନର୍ଲା ବିଧାୟକ ଭୂପିନ୍ଦର ସିଂହ ଓ ତହସିଲଦାର ମାନସ ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲେ। ମଣ୍ଡିରୁ ଧାନ ଉଠିବ ବୋଲି କହିବା ପରେ ଚାଷୀ ରାସ୍ତାରୋକରୁ ଓହରିବାରୁ ଯାତାୟାତ ସ୍ୱାଭାବିକ ହୋଇଥିଲା।

ମଣ୍ଡିରେ ଦେଖାଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ବିଧାୟକ ଶ୍ରୀ ସିଂହଙ୍କ ମତାମତ ନେବାରୁ, ମିଲର୍ସମାନେ କଳାହାଣ୍ଡି ସିଏସ୍‌ଓଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ଯେ ଧାନ ରଖିବାପାଇଁ ମିଲ୍ ମାନଙ୍କରେ ସ୍ଥାନ ଅଭାବ ରହୁଛି, ଏଣୁ ଧାନ ଠିକ୍‌ ଭାବରେ ଉଠୁନାହିଁ। ସୋମବାର ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ସହ ଧାନ ଉଠିବା ବାବଦରେ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲାକୁ ବୁଧବାର ସନ୍ଧ୍ୟାରେ ୧ଲକ୍ଷ କ୍ୱିଣ୍ଟାଲ୍‌ର ଟାର୍ଗେଟ୍ ଆସିଛି, ଧାନସବୁ ଶୀଘ୍ର ଉଠିଯିବ ବୋଲି କହିବା ପରେ ଏହି ଅବରୋଧ ହଟିଥିଲା। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ନାୟକ, ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ, ଚାଷୀ ଅନିରୁଦ୍ଧ ବିଶ୍ୱାଳ, କୁମୁଦ ନାୟକ, ତପୀନ୍ଦ୍ର ଗୌଡ଼ିଆ, ଆଲୋକ ଚାନ୍ଦ ପ୍ରମୁଖଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe