ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ସାରାବଙ୍ଗ ମଣ୍ଡିରେ କିଛିଦିନ ହେବ ପଞ୍ଜୀକୃତ ଚାଷୀଙ୍କ ଧାନ ପଡ଼ିରହିଥିବାରୁ ଅସନ୍ତୋଷ ଦେଖା ଦେଇଥିଲା। ବୁଧବାର ଚାଷୀମାନେ ଏକତ୍ର ହୋଇ ନୂଆପଡ଼ା-ପତୋରା ରାସ୍ତାରେ ଧାନ ବସ୍ତା ରଖି ଅବରୋଧ କରିଥିଲେ। ପ୍ରାୟ ୩ ଘଣ୍ଟା ରାସ୍ତା ଅବରୋଧ ପରେ ଘଟଣାସ୍ଥଳକୁ ନୂଆପଡ଼ା ଅତିରିକ୍ତ ତହସିଲ୍ଦାର ଲୋଚନ ଶବର, ଏଆର୍ସିଏସ ଭିକାରି ସେଠ୍ ପହଞ୍ଚି ମଣ୍ଡିରୁ ତୁରନ୍ତ ଧାନ ଉଠାଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତା ଅବରୋଧ ହଟିଥିଲା ପଞ୍ଜୀକୃତ ଚାଷୀଙ୍କ ୧୫ ହଜାରରୁ ଅଧିକ ଧାନ ବସ୍ତା ପଡ଼ିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କ୍ରୟ କରୁନଥିଲା। ଚାଷୀ ଭରତଲାଲ ରାଉତ, ପୁରୁଷୋତ୍ତମ ଦେବାଙ୍ଗନ ନେତୃତ୍ବରେ ବୁଧବାର ରାସ୍ତା ଅବରୋଧ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us