ରବି ଫସଲ କ୍ରୟ ସମୟସୀମା ଜୁଲାଇ ୩୧ ଯାଏଁ ବୃଦ୍ଧି କରିବାକୁ ଦାବି

Advertisment
ରବି ଫସଲ କ୍ରୟ ସମୟସୀମା ଜୁଲାଇ ୩୧ ଯାଏଁ ବୃଦ୍ଧି କରିବାକୁ ଦାବି

ଭୁବନେଶ୍ୱର : ଆସନ୍ତା ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ରବି ଫସଲ କ୍ରୟ କରିବା ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ତେବେ ଗତ ୧ ତାରିଖ ପର୍ଯ୍ୟନ୍ତ ସରକାର ମାର୍କଫେଡ୍‌ ଜରିଆରେ ସାରା ରାଜ୍ୟରୁ ମୋଟ ୮ ହଜାର ମେଟ୍ରିକ ଟନ୍‌ ତୈଳବୀଜ ଜାତୀୟ ରବି ଫସଲ କ୍ରୟ କରିଛନ୍ତି। ଫଳରେ ଚାଷୀମାନଙ୍କୁ ଗୁରୁତର କ୍ଷତି ସହିବାକୁ ପଡ଼ିଛି। ସେହିପରି ରବି ଫସଲ କ୍ରୟ ସଂକ୍ରାନ୍ତ ମାର୍ଗଦର୍ଶିକା ଚାଷୀଙ୍କ ପାଇଁ ବୁଝିବା ମୁସ୍କିଲ। ଏଣୁ, ପ୍ରଚଳିତ ମାର୍ଗଦର୍ଶିକା କୋହଳ କରିବା ସହିତ ରବି ଫସଲ କ୍ରୟ ସମୟସୀମାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କଂଗ୍ରେସ କୃଷକ ସେଲ୍‌ ପକ୍ଷରୁ ଦାବି କରାଯାଇଛି। ଆଜି ପ୍ରଦେଶ କଂଗ୍ରେସ କୃଷକ ସେଲ୍‌ ପକ୍ଷରୁ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଓ ଉପାଧ୍ୟକ୍ଷ ପ୍ରେମାନନ୍ଦ ସ୍ୱାଇଁ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଲିଖିତ ଭାବେ ଉପରୋକ୍ତ ଦାବି କରିଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe