ଜଳ ଆବଣ୍ଟନକୁ ନେଇ ତାତିଲେ ଚାଷୀ : ୩ ଯନ୍ତ୍ରୀ ଦଉଡ଼ିରେ ବନ୍ଧାହେଲେ

Advertisment

୨ ଘଣ୍ଟା ଅଟକ, ପୁଲିସ୍‌ ହସ୍ତ‌େକ୍ଷପ ପରେ ମୁକୁଳିଲେ

୨ ଘଣ୍ଟା ଅଟକ, ପୁଲିସ୍‌ ହସ୍ତ‌େକ୍ଷପ ପରେ ମୁକୁଳିଲେ

ଜଳ ଆବଣ୍ଟନକୁ ନେଇ ତାତିଲେ ଚାଷୀ : ୩ ଯନ୍ତ୍ରୀ ଦଉଡ଼ିରେ ବନ୍ଧାହେଲେ

ରାଇରଙ୍ଗପୁର/ବିଜାତଳା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ତରେ ରହିଥିବା ବାଙ୍କବଳ ମଧୢମ ଜଳସେଚନ ପ୍ରକଳ୍ପରୁ ଜଳ ଆବଣ୍ଟନରେ ଅନିୟମିତତାକୁ କେନ୍ଦ୍ର କରି ଆଜି ଚାଷୀ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି। ବାଙ୍କବଳ ନଦୀବନ୍ଧର ପାଣି ବଣ୍ଟନର ସମସ୍ୟାକୁ ତୁଟାଇବାକୁ ଯାଇଥିବା ବେଳେ ଅସନ୍ତୁଷ୍ଟ ଚାଷୀମାନେ ରାଇରଙ୍ଗପୁର ଜଳସେଚନ ଖଣ୍ତର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ପାଖାପାଖି ଦୁଇ ଘଣ୍ଟା କାଳ ଅଟକ ରଖିଥିଲେ। ଚାଷୀମାନେ ଯନ୍ତ୍ରୀଙ୍କୁ ଦଉଡ଼ିରେ ବାନ୍ଧି ପକାଇବା ସହ ସେମାନଙ୍କୁ ପ୍ରବଳ ଗାଳିଗୁଲଜ କରିଥିଲେ। ଏ ବାବଦରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାଧିକାରୀ ପଦ୍ମଲୋଚନ ପାଣିଗ୍ରାହୀ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଯନ୍ତ୍ରୀମାନଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲେ। ଏହି ଘଟଣା ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ବିଗତ କିଛି ଦିନ ହେଲା ଅନିୟମିତ ମୌସୁମୀ ବର୍ଷା ପାଇଁ ଚାଷ ଜମିରେ ପାଣିର ନିଅଣ୍ଟିଆ ପରିସ୍ଥିତି ଉପୁଜିଛି। ବାମନଘାଟୀ ଉପଖଣ୍ତରେ ରହିଥିବା ଖଡ଼ଖାଇ ଓ ବାଙ୍କବଳ ନଦୀବନ୍ଧରୁ ପାଣି ତଳମୁଣ୍ତର ଚାଷ ଜମିରେ ପହଞ୍ଚାଇବା ଜଳସେଚନ ବିଭାଗ ପାଇଁ କାଠିକର ସମସ୍ୟା ସୃଷ୍ଟି କରିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅ‌ସନ୍ତୋଷ ରହିଥିଲା। ଆଜି ଶତାଧିକ ଚାଷୀ ଏକାଠି ହୋଇଥିଲେ। ଚାଷୀଙ୍କ ସମସ୍ୟା ବୁଝିବାକୁ ରାଇରଙ୍ଗପୁର ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ବେହେରାଙ୍କ ସହ ସହକାରୀ ଯନ୍ତ୍ରୀ ସାଗର କୁମାର ସାମଲ ଓ କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଗାଁରେ ପହଞ୍ଚିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ କୌଣସି କଥା ଶୁଣିବା ପୂର୍ବରୁ ସେମାନଙ୍କୁ ଦଉଡ଼ିରେ ବାନ୍ଧି ଅଟକ ରଖିଥିଲେ। ପରେ ପୁଲିସ୍‌ ପହଞ୍ଚି ଯନ୍ତ୍ରୀଙ୍କୁ ମୁକୁଳାଇ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe