ମିଲର୍ସଙ୍କ ଅବହେଳା; ମଣ୍ଡିରେ ଭିଜୁଛି ଧାନ, ୮ ବଦଳରେ ଆସିଲା ୩ଟି ଗାଡ଼ି

ମିଲର୍ସଙ୍କ ଅବହେଳା; ମଣ୍ଡିରେ ଭିଜୁଛି ଧାନ, ୮ ବଦଳରେ ଆସିଲା ୩ଟି ଗାଡ଼ି

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍‌ ଅଞ୍ଚଳରେ ଅଦିନିଆ ବର୍ଷ‌ା ଯୋଗୁଁ ମଣ୍ଡିଗୁଡ଼ିକରେ ପଡ଼ିଥିବା ଧାନ ଭିଜିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ମିଲର୍‌ମାନଙ୍କ ଅବହେଳା ଯୋଗୁଁ ଧାନ ଉଠି ପାରୁନଥିବା ସେମାନେ ଅଭି‌ଯୋଗ କରିଛନ୍ତି।

ଅଭିଯୋଗ ଅନୁସା‌ରେ, ବ୍ଲକ୍‌ରେ ୮ଟି ପ୍ୟାକ୍ସ ଜରିଆରେ ଧାନକିଣା ହେଉଥିବା ବେଳେ ଯାଲୋଏ ମଣ୍ଡିରେ ଅବ୍ୟବସ୍ଥା ଦେଖାଦେଇଛି। ବର୍ଷାରେ କିଛିଚାଷୀଙ୍କ ଧାନବସ୍ତା ତଳେ ରଖାଯାଇଥିବାରୁ ବର୍ଷାପାଣିରେ ସେଗୁଡ଼ିକ ଭିଜି ଗଲାଣି। ଏ ନେଇ ବୁଧବାର ଯାଲୋଏ ସରପଞ୍ଚ ନିବେଦିତା ମିଶ୍ର ଖବର ପାଇ ମଣ୍ଡିକୁ ଆସିଥିଲେ। ସେତେବେଳେ ବୀରମହାରାଜପୁର ଏଆର୍‌ସିଏସ୍‌ ପ୍ରେମାନନ୍ଦ ଦୀପ ମଧ୍ୟ ମଣ୍ଡିକୁ ଆସିଥିବା ବେଳେ ମଣ୍ଡିର ଅବ୍ୟବସ୍ଥା ସଂପର୍କରେ ତାଙ୍କୁ କହିଥିଲେ। ଧାନ ମଣ୍ଡିରୁ ନଉଠିବା ପର୍ଯ୍ୟନ୍ତ ଯିବେ ନାହିଁ ବୋଲି ଜିଦ୍‌ ଧରିଥିଲେ। ଏ ସଂପର୍କରେ ସେ ଏସିଏସ୍‌ଓଙ୍କୁ ଫୋନ୍‌ କରିବାରୁ ଗାଡ଼ି ଯାଉଥିବା ସେ‌ କହିଥିଲେ। ୮ଟି ମିଲ୍‌ରୁ ଗାଡ଼ି ଆସିବା କଥା। କିନ୍ତୁ ଆସିଲା ୩ଟି ଗାଡ଼ି। ଅନ୍ୟପଟେ କେତେକ ଚାଷୀଙ୍କ ଟୋକେନ ଲାପ୍ସ ହେବା ଉପରେ ରହିଲାଣି। ତଥାପି ଧାନ ଉଠିବାରେ ବିଳମ୍ବ ହେଉଛି। କଳାପଥରର ବଗଛେରା, କୁଡ଼ାପଡ଼ା ରାସ୍ତାକଡ଼ରେ ଧାନ ସବୁ ପଡ଼ିରହିଥିବା ‌ଦେଖିବାକୁ ମିଳିଛି। ମଣ୍ଡିରେ ଅବ୍ୟବସ୍ଥା ନହେବା ପାଇଁ ଉଲୁଣ୍ଡାରେ କିଛି କର୍ମଚାରୀଙ୍କୁ ତଦାରଖ ଦାୟିତ୍ୱ ଦିଆଯାଇଛି। ସେମାନେ ମଣ୍ଡିକୁ ଆସି ତଦାରଖ କରୁନଥିବାରୁ ପ୍ରଶାସନ ପାଖରେ ଠିକ୍‌ ଖବର ପହଞ୍ଚି ପାରୁ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଧାନକିଣାରେ ଅବହେଳା ହେଉଥିବା ନେଇ ଚାଷୀ ଓ ସରପଞ୍ଚ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe