ସରକାରଙ୍କ ଉପରେ ଚାଷୀଙ୍କ ଭରସା ନାହିଁ: ନବୀନ

ବିରୋଧୀ ଦଳ ନେତା ନବୀନ ପଟନାୟକ ଆଜି ଚାରିଟି ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ପୁରୀର ସତ୍ୟବାଦୀ, କଟକର ସାଲେପୁର, ଜଗତସିଂହପୁରର...

fssfsf

ଭୁବନେଶ୍ୱର/ପଟ୍ଟାମୁଣ୍ଡାଇ/ସାକ୍ଷୀଗୋପାଳ/ବାଲିକୁଦା: ବିରୋଧୀ ଦଳ ନେତା ନବୀନ ପଟନାୟକ ଆଜି ଚାରିଟି ଜିଲ୍ଲା ଗସ୍ତରେ ଯାଇ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ପୁରୀର ସତ୍ୟବାଦୀ, କଟକର ସାଲେପୁର, ଜଗତସିଂହପୁରର ବାଲିକୁଦା ଓ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କ୍ଷତ୍ରିଗ୍ରସ୍ତ ଚାଷ ଜମି ବୁଲି ଦେଖିଥିଲେ। ଏହି ସମୟରେ ବହୁ ଚାଷୀ ଓ ମହିଳା ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦୁଃଖ ଜଣାଇଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବର୍ଷା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଆଗୁଆ ସୂଚନା ଜାରି କରା ଯାଇଥିଲେ ଫସଲ ବଞ୍ଚିଯାଇଥା’ନ୍ତା ଓ ପ୍ରତିଦିନ ଚାଷୀ ପ୍ରାଣ ହରାଉ ନଥା’ନ୍ତେ। ସେହିପରି ଫସଲ ବୀମା ସମ୍ପର୍କରେ ମଧ୍ୟ ସରକାରଙ୍କ ତରଫରୁ ଠିକ ଭାବରେ ଅବଗତ କରାଯାଇନାହିଁ  ବୋଲି ଚାଷୀମାନେ ବିରୋଧୀ ଦଳ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଚାରି ଜିଲ୍ଲାରେ କ୍ଷତିଗ୍ରସ୍ତ ଚାଷ ଦେଖି‌ଲେ 
ପ୍ରାଣ ହାରିଥିବା ବାଲିକୁଦା ଚାଷୀଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ

ଶ୍ରୀ ପଟ୍ଟନାୟକ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେ ସବୁବେଳେ ଚାଷୀ ଭାଇ ଭଉଣୀ ଙ୍କ ସହ ଅଛନ୍ତି ଓ ସେମାନଙ୍କ ହକ ପାଇଁ  ଲଢ଼େଇ କରିବେ। ଚାଷୀଙ୍କ ଦୁଃଖ  ବୁଝିବାରେ ରାଜ୍ୟ ସରକାର ବିଫଳ। ଅଦିନିଆ ବର୍ଷାରେ ପ୍ରତିଦିନ ରାଜ୍ୟରେ ଚାଷୀ ପ୍ରାଣ ହରାଉଥିବା ଦୁଃଖର କଥା। ରାଜ୍ୟ ସରକାରଙ୍କ ଉପରେ ଚାଷୀ କୁଳର ଆଉ ଭରସା ନାହିଁ। ତୁରନ୍ତ ଚାଷୀଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା ପାଇଁ ଶ୍ରୀ ପଟ୍ଟନାୟକ ସରକାରଙ୍କ ନିକଟରେ ଦାବି କରିଥିଲେ। ନବୀନ ବାଲିକୁଦା ବ୍ଲକ ବାହାରଣା ପଞ୍ଚାୟତ ରତିସିହ୍ନା ଗ୍ରାମକୁ ଯାଇଥିଲେ। ସ୍ଥାନୀୟ ବିଧାୟକ ଶାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ଜିଲ୍ଲା ପରିଷଦ ଅଧକ୍ଷ ମନୋଜ ଭୋଇ ପ୍ରମୁଖ ସେଠାରେ ନବୀନଙ୍କୁ ସ୍ୱାଗତ କରିଥିଲେ। ପରେ ନବୀନ ଉଜୁଡା କ୍ଷେତର ଗଜା ଧାନ ସହ ଆସି ଅପେକ୍ଷା କରିଥିବା ଶତାଧିକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପରେ ନବୀନ ତଣ୍ଡିକୁଳ ପଞ୍ଚାୟତ ଶାରଣା ଗ୍ରାମକୁ ଯାଇ ଆତ୍ମହତ୍ୟା କରିଥିବା ଯୁବ ଚାଷୀ କୃତିବାସ ସ୍ୱାଇଁଙ୍କ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଥିଲେ। ସତ୍ୟବାଦୀ ବ୍ଲକ୍‌ ଅନ୍ତର୍ଗତ ଶୁକଳ ମେଳଣ ପଡ଼ିଆରେ ନବୀନ ଚାଷୀମାନଙ୍କ ସହିତ  ସିଧାସଳଖ ଆଲୋଚନା କରିବା ସହ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ସତ୍ୟବାଦୀ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ବିଧାୟକ ସୁନିଲ ମହାନ୍ତି, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରସାଦ ମହାରଥୀ, ଜିଲ୍ଲା ଯୁବ ସଭାପତି ନାରାୟଣ ସ୍ୱାଇଁ, ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଓ କଣାସ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ସହିତ ଜିଲ୍ଲାର ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ଥିଲେ। 

ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକର ଦୋଷିଆ ପଞ୍ଚାୟତ ଶ୍ୟାମସୁନ୍ଦରପୁରରେ ଫସଲ କ୍ଷୟକ୍ଷତି ଅନୁଧ୍ୟାନ କରିବା ସହିତ କ୍ଷତିଗସ୍ତ ଚାଷୀଙ୍କ ସହିତ ନବୀନ ଆଲୋଚନା କରିଥିଲେ। ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ଆଳି ବିଧାୟକ ପ୍ରତାପ ଦେବ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ମହାକାଳପଡା ପୂର୍ବତନ ବିଧାୟକ ଅତନୁସବ୍ୟସାଚୀ ନାୟକ, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଜିଲ୍ଲା ପରିଷଦ ଅଧକ୍ଷା ଲିଳିତା ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ଓ ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ, ରାଜନଗର ବ୍ଲକ ଅଧକ୍ଷା ପ୍ରତିଭା ପାତ୍ର, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଓ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧକ୍ଷା ସରିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe