ଦଶରଥପୁର (ଚନ୍ଦ୍ର ଶେଖର ସାହୁ): କୌଣସି ସମସ୍ୟା ନଉପୁଜୁ ସେଥିପାଇଁ ଦିନରେ ନୁହେଁ ରାତିରେ ଉଠାଯାଉଛି ମଣ୍ଡିରୁ ଚାଷୀଙ୍କ ଧାନ। ଏଣୁ ଚାଷୀ ରାତି ଅନିଦ୍ରା ହୋଇ ଚାଷ କରି ଅମଳ କରିଥିବା ଧନକୁ କେମିତି ବିକ୍ରି କରିବ ସେଥିପାଇଁ ଚିନ୍ତିତ ଚାଷୀ। ସରକାର ଚାଷ ଓ ଚାଷୀଙ୍କୁ ଉନ୍ନତି ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସହିତ ଧାନର ଅଭାବି ବିକ୍ରି ରୋକିବା ନିମନ୍ତେ ମଣ୍ଡି ବ୍ୟବସ୍ଥା କରିଥିବା ବେଳେ  କେତେକ କ୍ଷେତ୍ରରେ ସରକାରୀ ଅଧିକାରୀ ଓ ମିଲରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କୁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି, ଯାହାର ଉଦାହରଣ ଯାଜପୁରଜିଲ୍ଲା ଦଶରଥପୁର ବ୍ଲକ ଅଧିନସ୍ଥ ୧୩ଟି ସମବାୟ ସମିତି ଏବଂ ୧୪ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳନା କରୁଛନ୍ତି।

Advertisment

ଏହି ପାକ୍ସରେ ଚାଷୀମାନଙ୍କ ଠାରୁ ଧାନ କିଣିବା ନିମନ୍ତେ ବିଭିନ୍ନ ସ୍ଥାନରେ ମଣ୍ଡି ଖୋଲାଯାଇଥିଲା। ବହୁ ସଂଖ୍ୟାରେ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ପହଂଚିଥିଲେ। ମାତ୍ର ସେଠାରେ ମିଲର ଚାଷୀଙ୍କ ଠାରୁ ଜୋର ଜବରଦସ୍ତ ବିଭିନ୍ନ ଆଳ ଦେଖାଇ କୁଇଣ୍ଟାଲରେ ୮ କିଲୋ ଲେଖାଏଁ ଧାନ କାଟି ରଖିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ଚାଷୀମାନେ ଏହାର ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଏଥି ସହିତ ଧାନ କଣ୍ଟା ବାବଦରେ ମଧ୍ୟ ଚାଷୀଙ୍କ ଠାରୁ ୩୦ ଟଙ୍କା ଏବଂ ଖର୍ଚ୍ଚ ପାଇଁ ୫୦୦ ଟଙ୍କା ଲେଖାଏଁ ଆଦାୟ କରାଯାଇଥିବାର ଚାଷୀମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: Odisha-West Bengal: ଖେଲୋ ଇଣ୍ଡିଆ ମହିଳା ଜନଜାତି କ୍ରୀଡ଼ା: ଓଡ଼ିଶା-ପଶ୍ଚିମବଙ୍ଗ ଫୁଟ୍‌ବଲ୍‌ ମ୍ୟାଚ୍‌ ଡ୍ର

ଗତବର୍ଷ କେତେକ ମଣ୍ଡିରେ ବେଆଇନ କଟଣୀଛଟଣୀ ପାଇଁ ରାସ୍ତା ରୋକ ହେବା, ଜିଲ୍ଲାପାଳଙ୍କୁ ଭେଟିବା ସହ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲା। ଏହାକୁ ଏଡାଇବାକୁ ଯାଇ ମିଲର, ମଣ୍ଡି ଅଧିକାରୀ ଏବଂ କିଛି ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଦିନ ବଦଳରେ ଅଧିକାଂଶ ରାତିରେ ମଣ୍ଡିରେ ଉଠାଯାଉଛି ଧାନ। କାରଣ କୌଣସି ବେଆଇନ କାର୍ଯ୍ୟ ଏବଂ କଟଣିଛଟଣି ପ୍ରତିବାଦ କରାନଯାଉ ସେଥିପାଇଁ ଦିନ ବଦଳରେ ରାତିରେ ଉଠାଜିବାକୁ ନିଷ୍ପତି ନିଆଯାଇଛି।

ଆହୁରି ପଢ଼ନ୍ତୁ: Sarja OPL First Edition: ସାରଜା ଓପିଏଲ୍‌ ପ୍ରଥମ ସଂସ୍କରଣ: ଜିତିଲା ସ୍ୟାମ୍‌ ଏକାଦଶ

ରାତିରେ ଧାନ ଉଠିଲେ ଚାଷୀମାନେ ଏକାଠି ହେବାରେ ସମସ୍ୟା ଘଟିବା, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା, ଗଣମାଧ୍ୟମ ପହଂଚିବାରେ ବ୍ୟାଘାତ ହେବ ଏଣୁ ଏଥିରୁ ମୁକ୍ତି ପାଇଁ ଏଭଳି ଅତ୍ୟାଧୁନିକ କୌଶଳ ଅବଲମ୍ବନ କରୁଛନ୍ତି ମିଲର। ଏଣୁ ଚାଷୀମାନଙ୍କୁ ଶୋଷଣ କରିବାରେ ସଫଳ ହେଉଛନ୍ତି ମିଲର। ଧାନରେ ଅଗାଡି, ଧୂଳି, ମୋଟା ଧାନ, ପୁରୁଣା ଧାନ, ଜରି ଅଖା ଭଳି ସମସ୍ୟା କଥା କହି ଚାଷୀଙ୍କୁ ଲୁଟୁଛନ୍ତି ମଣ୍ଡି ଏବଂ ମିଲରମାନେ। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଣୁ ଚାଷୀମାନେ ଆନ୍ଦୋଳନକୁ  ଓଲ୍ହାଇବାକୁ ସଜବାଜ ହେଉଥିବା ଜଣାପଡିଛି। ତେଣୁ ଜିଲ୍ଲାପାଳ ଚାଷୀଙ୍କର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବା ନିମନ୍ତେ ଦାବୀ ହୋଇଛି।