ରବି ଧାନ ପାଇଁ ଆଶାଆଶଙ୍କାରେ ଚାଷୀ

Advertisment

ଦ୍ବନ୍ଦ୍ବ ସୃଷ୍ଟି କରିବ ଟୋକନ୍‌ ଅବଧି, ଖରିଫ୍ ଚାଉଳ ଉଠାଣ ଧିମା

ଦ୍ବନ୍ଦ୍ବ ସୃଷ୍ଟି କରିବ ଟୋକନ୍‌ ଅବଧି, ଖରିଫ୍ ଚାଉଳ ଉଠାଣ ଧିମା

ରବି ଧାନ ପାଇଁ ଆଶାଆଶଙ୍କାରେ ଚାଷୀ

The Hans India

ବରଗଡ଼ : ଆସନ୍ତା ମାସ ୬ରୁ ବରଗଡ଼ ଜିଲ୍ଲାର ଅତାବିରାରୁ ଚିରାଚରିତ ଭାବେ ରବି ଧାନ ସଂଗ୍ରହ ଆରମ୍ଭ ହେବ। ପରେ ବିଭିନ୍ନ ବ୍ଲକ୍‌ରେ ଧାନ କିଣା ହେବ। କିନ୍ତୁ ଟୋକନ୍‌ ଅବଧି ନେଇ ଚାଷୀମାନେ ଅଡ଼ୁଆରେ ପଡ଼ିଛନ୍ତି। କାରଣ ରବି ଋତୁରେ ଚାଷୀଙ୍କ ଟୋକନ୍‌ ମାସେ ବୈଧ ରହିବ। ‌ଅବଧି ସରିଯିବା ପରେ ଏହାର ଆଉ ନବୀକରଣ ହୋଇପାରିବନି ବୋଲି ସରକାର ସ୍ପଷ୍ଟ କରିଛନ୍ତି। ତେଣୁ ଚାଷୀମାନେ ମାସେ ଭିତରେ ହିଁ ଧାନ ବିକିବାକୁ ବାଧ୍ୟ।

ହେଲେ ଜିଲ୍ଲାରେ ଅସନ୍ତୁଳିତ ପାଣିପାଗ ଚାଷୀଙ୍କୁ ଆହୁରି ଅଡ଼ୁଆରେ ପକାଇଛି। କେଉଁଠି ରବି ଧାନ ଅମଳକ୍ଷମ ଥିବା ବେଳେ କେଉଁଠି ଧାନ କାଟିବାକୁ ଆହୁରି କିଛି ଦିନ ଲାଗିବ। ଏଣେ ଜିଲ୍ଲା ପାଇଁ କେତେ ଟାର୍ଗେଟ୍‌ ରହିଛି, ତାହା ନିର୍ଦ୍ଧାରିତ ହୋଇନାହିଁ। ଅନ୍ୟପକ୍ଷରେ ବର୍ତ୍ତମାନ ଯାଏଁ ଏଫ୍‌ସିଆଇ ସବୁ ଖରିଫ୍‌ ଚାଉଳ ଉଠାଇନାହିଁ। ଏଫ୍‌ସିଆଇର ଚାଉଳ ଉଠାଣ ପ୍ରକ୍ରିୟା ମନ୍ଥର ରହିଛି। ଏଭଳି ସ୍ଥିତିରେ ମିଲର୍ସ ସଅଳ ଧାନ ଉଠାଇପାରିବେ ନାହିଁ। ତେଣୁ ଚାଷୀ ନିର୍ଦ୍ଧାରିତ ମାସେ ଭିତରେ ଧାନ ବିକିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଏଥର ଜିଲ୍ଲାରେ ରବିଧାନ ପର୍ଯ୍ୟାପ୍ତ ହୋଇଛି। କିଛି ସ୍ଥାନରେ ରୋଗପୋକକୁ ଛାଡ଼ି ଦେଲେ ଅନ୍ୟଠାରେ ବମ୍ପର ଉତ୍ପାଦନ ହୋଇଛି। ଜିଲ୍ଲାରେ କେତେ ଜମିରେ ଧାନ ଉତ୍ପାଦନ ହୋଇଛି ଏବଂ କେତେ ବିକ୍ରି ଟାର୍ଗେଟ ସ୍ଥିର ହୋଇଛି, ଏହାର ଠିକ୍‌ ପରିସଂଖ୍ୟାନ ମିଳୁନାହିଁ। ପୁରୁଣା ପରିସଂଖ୍ୟାନ ଆଧାରରେ ସାଧାରଣତଃ ଜଳସେଚିତ ଅଂଚଳରେ ହେକ୍ଟର ପିଛା ୬୦ରୁ ୬୨ କ୍ବିଣ୍ଟାଲ ଏବଂ ଅଣଜଳସେଚିତ ଇଲାକାରେ ହେକ୍ଟର ପିଛା ୪୫ରୁ ୫୦ କ୍ବିଣ୍ଟାଲ ଧାନ ଅମଳ ହୋଇଥାଏ। ଏହା ସହ ପୂର୍ବ ପରିସଂଖ୍ୟାନ ଅନୁସାରେ ରବି ଋତୁରେ ସରକାର ଦେଉଥିବା ଟାର୍ଗେଟ ‌ଉତ୍ପାଦିତ ଧାନର ୬୦ରୁ ୬୫ ପ୍ରତିଶତ ରହୁଛି। ତେଣୁ ବଳକା ଧାନ ବିକ୍ରି କରିନପାରି ଚାଷୀ ପୁନର୍ବାର ଅଭାବୀ ବିକ୍ରିର ସମ୍ମୁଖୀନ ହେବା ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe