ତୁଷୁରା : ଖୋଲା ଆକାଶ ତଳେ ୭ହଜାର ବସ୍ତା ଧାନ, ସଂପାଦକଙ୍କୁ କୋଠରିରେ ତାଲା ଦେଲେ ଚାଷୀ

Advertisment

ଧାନ ବିକ୍ରି ନହେଲେ ଆତ୍ମାହୁତି ଧମକ

ଧାନ ବିକ୍ରି ନହେଲେ ଆତ୍ମାହୁତି ଧମକ

ତୁଷୁରା : ଖୋଲା ଆକାଶ ତଳେ ୭ହଜାର ବସ୍ତା ଧାନ, ସଂପାଦକଙ୍କୁ କୋଠରିରେ ତାଲା ଦେଲେ ଚାଷୀ

ତୁଷୁରା : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ ନୂଆପଡ଼ା ପେକ୍ସରେ ଟାର୍ଗେଟ ସରି ଯାଇଥିବାରୁ ମଣ୍ତିରେ ପ୍ରାୟ ୭ ହଜାର ବସ୍ତା ଧାନ ପଡ଼ିରହିଛି। ଧାନ ବିକ୍ରି ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରି ଚାଷୀମାନେ ଗୁରୁବାର ପେକ୍ସ ସଂପାଦକ ଗୋକୁଳ ଚନ୍ଦ୍ର ପ୍ରଧାନ ଓ ପିଅନ ଚୈତନ୍ୟ ପରାଭୁଏଙ୍କୁ ତାଙ୍କ ଅଫିସ କୋଠରିରେ ତାଲା ପକାଇ ଦେଇଛନ୍ତି। ଅନ୍ୟପଟେ ଚାଷୀମାନେ ଶୀତ କାକରରେ ଧାନକୁ ଜଗି ରହିଛନ୍ତି। ଇତିମଧ୍ୟରେ ୧୫ ଜଣ ଚାଷୀଙ୍କ ୬୨୧ କ୍ବିଂଟାଲର ଟୋକନ ଲାପ୍‌ସ ହୋଇଯାଇଥିବା ଅଭିଯୋଗ କରିଛନ୍ତି। ଗୁରୁବାର ଓ ଶୁକ୍ରବାର ଟାର୍ଗେଟ ନଆସିଲେ ୨୨ ଡିସେମ୍ବରରେ ଟୋକନ ପାଇଥିବା ୧୦ ଜଣ ଚାଷୀଙ୍କ ୬୨୯ କୁଇଣ୍ଟାଲ ଓ ୨୩ ଡିସେମ୍ବରରେ ଟୋକନ ପାଇଥିବା ୧୨ ଜଣ ଚାଷୀଙ୍କ ୮୯୬ କ୍ବିଂଟାଲର ଟୋକନ ଲେପ୍‌ସ ହୋଇଯିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରି ଭାବେ ଟୋକନ ଲାପ୍‌ସ ହେଲେ ଚାଷୀମାନେ ପେକ୍ସ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ଧମକ ଦେଇଛନ୍ତି।

ପ୍ରକାଶ ଯେ, ଚଳିତ ବର୍ଷ ନୂଆପଡ଼ା ପେକ୍ସକୁ ୧୫ହଜାର ୨ ଶହ କ୍ବିଂଟାଲ ଧାନ ବିକ୍ରୟ ପାଇଁ ଟାର୍ଗେଟ ଆସିଥିଲା। ୨୧ ତାରିଖ ଯାଏ ୨୬୮ଜଣ ଚାଷୀଙ୍କଠାରୁ ୧୪ ହଜାର ୮ ଶହ ୯୪.୫୪ କ୍ବିଂଟାଲ ଧାନ କ୍ରୟ କରାଯାଇଛି। ଟାର୍ଗେଟ ନଥିବାରୁ ଉକ୍ତ ପେକ୍ସରେ ଆଉ ପ୍ରାୟ ୫୦ ଜଣ ଚାଷୀଙ୍କ ପ୍ରାୟ ୭ ହଜାର ବସ୍ତା ଧାନ ପଡ଼ିରହିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୩ ହଜାର କ୍ବିଂଟାଲ କମ ଟାର୍ଗେଟ ଆସିଥିବାରୁ ଏପରି ହୋଇଛି ବୋଲି ପେକ୍ସ ସଂପାଦକ ଗୋକୁଳ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ବର୍ତମାନ ୬ ମିଲରର ୩୦୫ କ୍ବିଂଟାଲ ଟାର୍ଗେଟ ରହିଛି। ଏ ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ, ଏଆରସିଏସ, ଡିଆରସିଏସ ତଥା ତୁଷୁରା ତହସିଳଦାରଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଇଥିବା ସଂପାଦକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାତିରେ ଏହି ପେକ୍ସକୁ ୧୫ ଶହ କୁଇଣ୍ଟାଲ ଧାନକିଣାର ଟାର୍ଗେଟ ଦିଆଯିବା ପରେ ଚାଷୀମାନେ ଶାନ୍ତ ହୋଇଥିଲେ। ୧୦ ଘଣ୍ଟା ପରେ କୋଠାରିର ତାଲା ଖୋଲିଥିଲେ। ଆଜି ଧାନ ବିକ୍ରି ହେବାକୁ ଥିବା ୬୯୫ କ୍ବିଂଟାଲ ଧାନର ଟୋକନ ଲେପ୍‌ସ ହୋଇଯାଇଥିବାରୁ ଆସନ୍ତାକାଲି ତାହା କ୍ରୟ କରା ନଗଲେ ପୁଣି ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଧମକ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe