Advertisment

ଶତାଧିକ ଚାଷୀଙ୍କ କୋଟିଏରୁ ଅଧିକ ଟଙ୍କା ହଡ଼ପ, ପେକ୍ସରେ ତାଲା ଠୁଙ୍କିଲା କୃଷକ ସଂଘର୍ଷ ସମିତି

Advertisment
ଶତାଧିକ ଚାଷୀଙ୍କ କୋଟିଏରୁ ଅଧିକ ଟଙ୍କା ହଡ଼ପ, ପେକ୍ସରେ ତାଲା ଠୁଙ୍କିଲା କୃଷକ ସଂଘର୍ଷ ସମିତି

ବଲାଙ୍ଗୀର : ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ପ୍ରାଥମିକ କୃଷି ସମବାୟ ସମିତି ବା ପେକ୍ସ ମାନ ରହିଛି। ଧାନ କିଣାବିକାଠୁ ଚାଷୀଙ୍କ ଋଣ ଦେବା ଯାଏ ସବୁକାମ ପେକ୍ସ ମାଧ୍ୟମରେ କରାଯାଇଥାଏ। କିନ୍ତୁ ପେକ୍ସ ସଂପାଦକ ଓ ବ୍ୟାଙ୍କ ଅଧିକାରୀ ସଲାସୁତୁରା କରି ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରନ୍ତି। ବିଚରା ଚାଷୀ ଲାଭ ପାଇବା ବଦଳରେ ହରଡ଼ଘଣାରେ ପଡ଼ି ଛଟପଟ ହୁଏ। ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇନ୍ତଳା ଥାନା ବୁବେଲ ଗାଁରେ।

ବୁବେଲ ପେକ୍ସର ସଂପାଦକ ଟିକେଶ୍ୱର ସାଏଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ବହାଲବୁକା ଗାଁର ଶତାଧିକ ଚାଷୀଙ୍କ ନାଁରେ କୋଟିଏରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ଆସିଛି। ଏହାର ପ୍ରତିବାଦରେ ସୋମବାର ଚାଷୀମାନେ କୃଷକ ସଂଘର୍ଷ ସମିତିର କର୍ମକର୍ତ୍ତାଙ୍କ ସହିତ ଶୋଭାଯାତ୍ରାରେ ଆସି ବୁବେଲ ପେକ୍ସରେ ତାଲା ପକାଇଦେଇଥିଲେ। ପେକ୍ସର ସଂପାଦକ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଆନ୍ଦୋଳନକାରୀମାନେ ବହୁ ସମୟ ଧରି ଜୋରଦାର ଅନ୍ଦୋଳନ କରିଥିଲେ। ଉତ୍ତେଜନା ପ୍ରକାଶ ପାଇବାରୁ ପୁଇନ୍ତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା। ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଆନ୍ଦୋଳନକାରୀ। ଏହି ଆନ୍ଦୋଳନରେ ଜିଲ୍ଲା କୃଷକ ମହାସଂଘର ସଂଯୋଜକ ମଧୁସୂଦନ କ୍ଷେତି, କୃଷକ ନେତା ବିଭୁଦତ୍ତ ମିଶ୍ର, ସୂଚନା ଅଧିକାରୀ କର୍ମୀ ଶଙ୍କର ପାଣିଗ୍ରାହୀ, ପୃଥ୍ବୀବୀର ପଣ୍ଡା, ମୀନକେତନ ରଣା, ସୁଦାମ ମାଝୀ, ତହସିଲ ମାଝୀ, ଅନଙ୍ଗ ମଟାରୀ, ସନ୍ତୋଷ ପ୍ରିତମ ଠାକୁର ପ୍ରମୁଖ ଶତାଧିକ କୃଷକ ଆସି ପେକ୍ସ ଘେରାଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe