ଆଗ୍ରୋ ଫରେଷ୍ଟି ନେଇ କୃଷକଙ୍କୁ ପରାମର୍ଶ ଦିଆଯିବା ଆବଶ୍ୟକ: ଜୟକୃଷ୍ଣ ପାଣିଗ୍ରାହୀ

ଜଳବାୟୁ ପରିବର୍ତ୍ତନ ସ୍ଥିତିରେ ଉପକୂଳରେ ବିଶେଷ ପ୍ରଭାବ ପରିଲକ୍ଷିତ ହେଉଛି। ଫସଲ ଉପ‌ରେ ଏହାର ପ୍ରଭାବ ପଡୁଛି। ମୃତ୍ତିକାର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହେଉଛି। ହଠାତ୍ ବାଦଲ ଫଟା ବର୍ଷା ଏବଂ ମରୁଡ଼ି କୃଷିକୁ କ୍ଷତି ପହଞ୍ଚାଉଛି...

Farmers need to be advised on agro-forestry: Jayakrishna Panigrahi

Farmers need to be advised on agro-forestry: Jayakrishna Panigrahi

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ଦ୍ବିତୀୟ  ଅଧିବେଶନରେ‘ ଜଳବାୟୁ ପରିବର୍ତ୍ତନ: ଏକ ଜଳବାୟୁ ସ୍ଥିର କୃଷି ଦିଗରେ’ ଶୀର୍ଷକ ଆାଲୋଚନାରେ ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଲେ, ଜଳବାୟୁ ପରିବର୍ତ୍ତନ ସ୍ଥିତିରେ ଉପକୂଳରେ ବିଶେଷ ପ୍ରଭାବ ପରିଲକ୍ଷିତ ହେଉଛି।

ଫସଲ ଉପ‌ରେ ଏହାର ପ୍ରଭାବ ପଡୁଛି। ମୃତ୍ତିକାର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ହେଉଛି। ହଠାତ୍ ବାଦଲ ଫଟା ବର୍ଷା ଏବଂ ମରୁଡ଼ି କୃଷିକୁ କ୍ଷତି ପହଞ୍ଚାଉଛି। ତେଣୁ ଜଳବାୟୁକୁ ସହ୍ୟ କରୁଥିବା ଚାଷ ପ୍ରତି ଗୁରୁତ୍ବ ପ୍ରଦାନ କରାଯିବା ଜରୁରୀ।

ଜଳବାୟୁ ଏବଂ ଆଗ୍ରୋ ଫରେଷ୍ଟି ନେଇ କୃଷକଙ୍କୁ ପରାମର୍ଶ ଦିଆଯିବା ଜରୁରୀ। କିନ୍ତୁ ରାଜ୍ୟରେ ସେଭଳି ଅଧିକାରୀଙ୍କ ଅଭାବ ରହିଛି।

ବିଭିନ୍ନ ଅଞ୍ଚଳରେ ସ୍ଥାନୀୟ ଜଳବାୟୁ ଉପଯୋଗୀ ଫସଲ ଚାଷ କରାଯିବା ଆବଶ୍ୟକ। ମୃତ୍ତିକାର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଜରୁରୀ। ଚାଷୀ ନିଜର ମାଟି ଏବଂ ପାଣିପାଗ ଅନୁସାରେ ଚାଷ କରିବା ମଧ୍ୟ ଆବଶ୍ୟକ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe