ସମବାୟ ବ୍ୟାଙ୍କରେ ଚାଷୀଙ୍କୁ ପିଏମ୍‌ କିଷାନ୍‌ ସହାୟତା ନ ମିଳିବା ପ୍ରସଙ୍ଗ : ଏକାଧିକ ଶାଖାରେ ସମାନ ଆଇଏଫ୍‌ଏସ୍‌ସି କୋଡ଼, ୮୦ ହଜାର ଚାଷୀ ହନ୍ତସନ୍ତ

Advertisment

ଏନ୍‌ଆଇସିରେ ଚାଲିଛି ନୂଆ କୋଡ଼୍‌ ଅପଲୋଡ଼ ପ୍ରକ୍ରିୟା

ଏନ୍‌ଆଇସିରେ ଚାଲିଛି ନୂଆ କୋଡ଼୍‌ ଅପଲୋଡ଼ ପ୍ରକ୍ରିୟା

ବଜେଟ୍‌ରେ କୃଷି କ୍ଷେତ୍ରରେ ଗବେଷଣା, ବିକାଶକୁ ଗୁରୁତ୍ବ

TwoCircles.net

ଭୁବନେଶ୍ୱର : ଗୋଟିଏ ବ୍ୟାଙ୍କ୍‌ ଶାଖା ପାଇଁ ଗୋଟିଏ ଆଇଏଫ୍‌ଏସ୍‌ସି କୋଡ଼ ଥାଏ। କିନ୍ତୁ ସମବାୟ ବ୍ୟାଙ୍କ୍‌ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସମବାୟ ବ୍ୟାଙ୍କ ଶାଖାଗୁଡ଼ିକର ଗୋଟିଏ ପ୍ରକାର ଆଇଏଫ୍‌ଏସ୍‌ସି କୋଡ଼ ଯୋଗୁଁ ଚଳିତ ବର୍ଷ ପ୍ରାୟ ୮୦ ହଜାର ଚାଷୀ ପିଏମ୍‌ କିଷାନ୍ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସମବାୟ ବ୍ୟାଙ୍କ ଆଇଏଫ୍‌ଏସ୍‌ସି କୋଡ଼ ସମସ୍ୟା ନେଇ ଗତ ୪ ତାରିଖରେ ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ଏବେ ଏହି ତଥ୍ୟ ସାମନାକୁ ଆସିଛି। ସବୁ ଶାଖା ପାଇଁ ଅଲଗା ଅଲଗା କୋଡ଼ ଜାରି ହୋଇଥିଲେ ବି ଏନ୍‌ଆଇସିରେ ଅପଲୋଡ୍‌ ହେବା ବିଳମ୍ବ ଯୋଗୁ ଚାଷୀଙ୍କ ପାଖରେ ଏବେସୁଦ୍ଧା ବି ଟଙ୍କା ପହଞ୍ଚିପାରିନି।

ଏ ସମ୍ପର୍କରେ କୃଷି ଏବଂ ସମବାୟ ବିଭାଗରୁ ଖବର ନେବାରେ ଜଣାପଡ଼ିଛି କେନ୍ଦ୍ର ସରକାରଙ୍କ ପାଖରେ ଚାଷୀଙ୍କର ପୁରୁଣା ଡାଟାବେସ୍‌ ରହିଛି। ଯେଉଁଥିରେ କେତେକ ଜିଲ୍ଲାରେ ଥିବା ସମବାୟ ବ୍ୟାଙ୍କ ଶାଖାଗୁଡ଼ିକର ସମାନ କୋଡ଼ ରହିଥିଲା। ଫଳରେ ସେସବୁ ଶାଖାରେ ଥିବା ଛାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମ୍‌ କିଷାନ୍‌ ସହାୟତା ରାଶି ପ୍ରଦାନ କଲାବେଳେ ଜମା ପ୍ରକ୍ରିୟା ଅସଫଳ ହୋଇଥିଲା। ଏପରି ଅସୁବିଧା ବିଷୟରେ ସରକାର ଜାଣିବା ପରେ ପ୍ରତ୍ୟେକ ସମବାୟ ବ୍ୟାଙ୍କ୍‌ ଶାଖା ପାଇଁ ନୂଆ ଆଇଏଫ୍‌ଏସ୍‌ସି କୋଡ଼ ଜାରି କରାଗଲା। ୧୭ଟି ଜିଲ୍ଲା ସମବାୟ ବ୍ୟାଙ୍କ (ଡିସିସିବି)କୁ ପବ୍ଲିକ୍‌ ଫାଇନାନ୍‌ସ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ (ପିଏଫ୍‌ଏମ୍‌ଏସ୍‌) ପୋର୍ଟାଲ୍‌ରେ ସାମିଲ ହେବା ନେଇ ଗତ ଜୁନ୍‌ ୧୬ ତାରିଖରେ ନିଜେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍‌ ପରିଚାଳନା ନିର୍ଦ୍ଦେଶକ କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ଜଣାଇଲେ। କିନ୍ତୁ କୃଷି ବିଭାଗ ଏ ଦିଗରେ ଯେତିକି ତତ୍ପରତା ପ୍ରକାଶ କରିବା କଥା କରିଲାନାହିଁ। ରାଜ୍ୟରେ କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଜାରି ଥିବାବେଳେ କୃଷି ବିଭାଗ ପାଇଁ ସରକାର କଟକଣା କୋହଳ କରିଥିଲେ।

ଏ ସମ୍ପର୍କରେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଲକ୍‌ଡାଉନ୍‌ ଯୋଗୁ କର୍ମଚାରୀ କମ୍‌ ଆସୁଥିଲେ। ସେଥିପାଇଁ ଏହି ପ୍ରକ୍ରିୟା ବିଳମ୍ବ ହୋଇଛି। ତାଙ୍କ କହିବା କଥା ନୂଆ ଆଇଏଫ୍‌ଏସ୍‌ସି କୋଡ଼ ଚାଷୀଙ୍କ ଡାଟାବେସ୍‌ରେ ଅପଡେଟ୍‌ କରିବା ପାଇଁ ଏନ୍‌ଆଇସିକୁ ଦାୟିତ୍ବ ଦିଆଯାଇଛି। ବ୍ୟାଙ୍କ ଶାଖାଗୁଡ଼ିକର କୋଡ଼ ଅପଲୋଡ଼ ପରେ ସମ୍ପୃକ୍ତ ଚାଷୀଙ୍କ ନୂଆ ଡାଟାବେସ୍‌ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବ। ଯାହା ଫଳରେ ଚାଷୀମାନେ ସହାୟତା ରାଶି ପାଇବାରେ ଆଉ କିଛି ଅସୁବିଧା ରହିବନି। ଆସନ୍ତା ୧୫ ଦିନ ଭିତରେ ଏସବୁ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି।

ପ୍ରକାଶଥାଉକି, ଭାରତ ସରକାର ଗୀମାନଙ୍କୁ ସହାୟତା ନିମନ୍ତେ ୨୦୧୮ ଡିସେମ୍ବର ପହିଲାରେ 'ପିଏମ୍‌ କିଷାନ୍‌' ସହାୟତା ଯୋଜନା ଘୋଷଣା କରିଥିଲେ। ପ୍ରଥମ ପର୍ଯ୍ୟାୟରେ କ୍ଷୁଦ୍ର ଓ ନାମ ମାତ୍ର ଚାଷୀଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ୨୦୧୯ ମାର୍ଚ୍ଚରେ ନିର୍ଦ୍ଦିଷ୍ଟ କେତେକ ଉଚ୍ଚ ଆୟବର୍ଗର ଚାଷୀଙ୍କ ବ୍ୟତୀତ ଅନ୍ୟ ସମସ୍ତ ଚାଷୀଙ୍କ ପାଇଁ ଏହି ଯୋଜନା ଲାଗୁ କରାଗଲା। ସହାୟତା ବାବଦରେ ପ୍ରତ୍ୟେକ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ୩ଟି କିସ୍ତିରେ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। କରୋନାରେ ପ୍ରଭାବିତ ହୋଇଥିବା ଚାଷୀକୂଳକୁ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ଗତ ଏପ୍ରିଲ୍‌ ଓ ମେ ମାସରେ ୨ ହଜାର ଟଙ୍କା ଆଗୁଆ ଦେବା ପାଇଁ ଘୋଷଣା କରିଥିଲେ। ଜାତୀୟକରଣ ବ୍ୟାଙ୍କଗୁଡ଼ିକରେ ଥିବା ଚାଷୀମାନଙ୍କ ଆକାଉଣ୍ଟରେ ଏହି ସହାୟତା ରାଶି ଜମା ହୋଇଥିବାବେଳେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୧୭ଟି ସମବାୟ ବ୍ୟାଙ୍କ ଶାଖାରେ ଥିବା ଚାଷୀମାନଙ୍କ ଆକାଉଣ୍ଟକୁ ଏହି ସହାୟତା ରାଶି ଯାଇନାହିଁ। ଯାହାକୁ ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe