ବଲାଙ୍ଗୀର ଚାଷୀଙ୍କୁ ଫସଲ କ୍ଷତି ଚିନ୍ତା: ଝଡ଼ବର୍ଷା ହେ‌ଲେ ଧାନ ଝଡ଼ିବ, କମ୍‌ ହେଲେ ମରିବ

ଅସ୍ବାଭାବିକ ପାଣିପାଗ ଏବେ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଅଡ଼ୁଆ ସ୍ଥିତି ଭିତରକୁ ଠେଲି ଦେଇଛି। ସ୍ଥିତି ଏଭଳି ଯେ ଖରିଫ୍‌ ଚାଷ ନଷ୍ଟ ହେବା ଉପରେ। ଧାନ ହେଉ କିମ୍ବା କପା, ସବୁ କ୍ଷେତ୍ରରେ ଚାଷୀମାନେ ଦୋହରା ଚିନ୍ତା ଭିତରେ ଅଛନ୍ତି।

dadaad

ବଲାଙ୍ଗୀର: ଅସ୍ବାଭାବିକ ପାଣିପାଗ ଏବେ ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କୁ ଅଡ଼ୁଆ ସ୍ଥିତି ଭିତରକୁ ଠେଲି ଦେଇଛି। ସ୍ଥିତି ଏଭଳି ଯେ ଖରିଫ୍‌ ଚାଷ ନଷ୍ଟ ହେବା ଉପରେ। ଧାନ ହେଉ କିମ୍ବା କପା, ସବୁ କ୍ଷେତ୍ରରେ ଚାଷୀମାନେ ଦୋହରା ଚିନ୍ତା ଭିତରେ ଅଛନ୍ତି। ଜିଲ୍ଲାରେ ଚଳିତବର୍ଷ ୧,୮୪,୫୪୫ ହେକ୍ଟର ଜମିରେ ଧାନଚାଷ ହୋଇଛି। ଯେଉଁଥିରୁ ପ୍ର‌ାୟ ୫୯,୦୫,୪୪୦ କ୍ବିଣ୍ଟାଲ ଧାନ ଉତ୍ପାଦନ ହେବା କଥା। କିନ୍ତୁ ଏହାକୁ ପାଣିପାଗ ଅଡ଼ୁଆ କରିଛି। ଚଳିତ ଅକ୍ଟୋବର ମାସରେ ଜିଲ୍ଲାରେ ସ୍ବାଭାବିକ ବୃଷ୍ଟିପାତ ୫୦.୫ ମିମି ହେବା କଥା। ଯାହା ଶେଷ ପର୍ଯ୍ୟାୟରେ ଧାନକୁ ବଞ୍ଚାଇ ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଚଳିତ ମାସ ଜିଲ୍ଲାରେ ମାତ୍ର ୨.୯୪ ମିମି ବର୍ଷା ହୋଇଛି। ସେଥିରେ ପୁଣି ୧୧ଟି ବ୍ଲକ୍‌ରେ ଟୋପାଏ ପାଣି ବର୍ଷିନାହିଁ। ଶୀତ ଦିନେ ତାପମାତ୍ରା ୩୬ ଡିଗ୍ରି ସେଲସିୟସ୍‌ ଉପରେ ରହୁଥିବାରୁ ପ୍ରବଳ ଗରମ ଅନୁଭୂତ ହେଉଛି। ଜିଲ୍ଲାର ୯୭ ପ୍ରତିଶତ ଅଣଜଳସେଚିତ ଜମିରେ ଧାନଚାଷ ସଙ୍କଟରେ। 

ପାଣି ଅଭାବରୁ ଜମି ଫାଟି ଆଁ କରିଛି। ଆସନ୍ତା ସପ୍ତାହେ ଭିତରେ ଭଲ ବର୍ଷା ନ ହେଲେ ଧାନଚାଷ ନଷ୍ଟ ହେବା ନିଶ୍ଚିତ ବୋଲି ଚାଷୀ ଆକଳନ କରୁଛନ୍ତି। ତେବେ ବାତ୍ୟା ପ୍ରଭାବରେ ବଲାଙ୍ଗୀର ଜିଲ୍ଲାରେ କିଛି ବର୍ଷା ହେବ ବୋଲି ପୂର୍ବାନୁମାନ ରହିଛି। କିନ୍ତୁ ବର୍ଷା ସାଙ୍ଗକୁ ପବନ କିମ୍ବା ଝଡ଼ବର୍ଷା ହେଲେ ଫଳନ୍ତି ଧାନ ଝଡ଼ିଯିବ। ତେଣୁ ଚାଷୀମାନେ ଆଶା, ଆଶଙ୍କା ଭିତ‌ରେ ଅଛନ୍ତି। ଗତବର୍ଷ ଅକ୍ଟୋବର ପ୍ରଥମ ସପ୍ତାହରେ ୩୧.୦୯ ମିମି ବର୍ଷା ହେବାରୁ ଜିଲ୍ଲାରେ ଧାନଫସଲ ବଞ୍ଚି ଯାଇଥିଲା। ହେଲେ ଏଥର ସ୍ଥିତି ବିଗିଡ଼ିଯାଇଛି। ଅନ୍ୟପକ୍ଷରେ କପା ଚାଷୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲାରେ ୭୦,୯୭୩ ହେକ୍ଟର ଜମିରେ କପା ଚାଷ ‌ହୋଇଛି। କିନ୍ତୁ ପ୍ରବଳ ଖରା ଯୋଗୁଁ କପା ଝଡ଼ିବାକୁ ଲାଗିଛି। ଆଗକୁ ବର୍ଷା ନହେଲେ କପା ଫସଲ ମଧ୍ୟ ସମ୍ପୂର୍ଣ୍ଣ ଉଜୁଡ଼ିଯିବାର ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe