ନବୀନ ନିବାସ ପରେ ଏୟାରପୋର୍ଟ ଥାନା ଘେରାଉ କଲା ନବ ନିର୍ମାଣ କୃଷକ ସଂଗଠନ

Advertisment
ନବୀନ ନିବାସ ପରେ ଏୟାରପୋର୍ଟ ଥାନା ଘେରାଉ କଲା ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର: ନବୀନ ନିବାସ ପରେ ଏୟାରପୋର୍ଟ ଥାନା ଘେରାଉ କରିଛନ୍ତି ନବ ନିର୍ମାଣ କୃଷକ ସଂଗଠନର କର୍ମୀ ।  ସେମାନେ କହିଛନ୍ତି, ହକି ଚାଲିଛି, କିନ୍ତୁ ଚାଷୀଙ୍କୁ ହକକୁ ଅଣଦେଖା କରାଯାଉଛି। ଧାମନଗରରେ ଚାଷୀ ହୁଙ୍କାର ଦେଖିଲେ ଆଉ ଆଗକୁ ପୁରା ୧୪୭ ଆସନକୁ ଚାଷୀ ଘେରାଉ କରିବେ। ଧାମନଗରରେ ଟ୍ରେଲର ଥିଲା, ଆଗକୁ ଫିଲ୍ମ ଦେଖିବେ ନବୀନ ସରକାର। ଆଗକୁ ଆହୁରି ଜୋରଦାର ଆନ୍ଦୋଳନ ହେବ। ହଜାର ହଜାର ଚାଷୀ ଜେଲ ଯିବାକୁ ପ୍ରସ୍ତୁତ ଅଛନ୍ତି।

ଉ‌ଲ୍ଲେଖଯୋଗ୍ୟ, ରାଜଧାନୀ‌ରେ ଆଜି ସକାଳେ ପୁଣି କୃଷକ ଆନ୍ଦୋଳନ, ଦେଖିବାକୁ ମିଳିଥିଲା। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସ ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ ହୋଇଥିଲା ପୁଲିସ।  ନବନିର୍ମାଣ କୃଷକ ସଂଗଠନର କର୍ମୀମାନେ ରାସ୍ତାରେ ଧାନ ଢାଳି ପ୍ରତିବାଦ କରିଥିଲେ। ନବୀନ ନିବାସ ଯିବା ବାଟରେ ପୁଲିସ ଅଟକାଇବା ଯୋଗୁ କୃଷକ ଓ ପୁଲିସ୍ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ଦେଖିବାକୁ ମିଳିଥିଲା। ଏହି ସମୟରେ ହାତରେ ପ୍ଲାକାର୍ଡ ଧରି ଚାଷୀମାନେ ନବୀନ ନିବ‌ାସ ଆଡ଼କୁ ଯାଉଥିଲେ। ଏହି ଆନ୍ଦୋଳନରେ ବହୁ ମହିଳା ବି ସାମିଲ ହୋଇଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ଧାନର ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ। ଦଲାଲମାନେ ମାଲାମାଲ ହେଉଛନ୍ତି, ଆଉ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ଏନେଇବାରମ୍ବାର ପ୍ରତିବା କରାଯିବା ପରେ ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe