ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଧାରଣା

ସମବାୟ ସମିତି ସମ୍ମୁଖରେ ଚାଷୀଙ୍କ ଧାରଣା

ନଠୁଆବର : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ପ୍ରାଥମିକ କୃଷି ସମବାୟ ସମିତି ସମ୍ମୁଖରେ ଆଜି ଚାଷୀମାନେ ଧାରଣା ଦେଇଥିଲେ। ଏହି ପାକ୍ସରେ ଚାଷୀମାନଙ୍କୁ ଅଣଦେଖା କରାଯାଉଛି। କୃଷି ସହାୟତା ପ୍ରଦାନରେ ପାତରଅନ୍ତର କରାଯାଉଛି। ଏପରି ଅଭିଯୋଗ କରି ଆଜି ଚାଷୀମାନେ ସମିତି ସମ୍ମୁଖରେ ଧାରଣାରେ ବସିଥିଲେ। ଚାଷୀମାନଙ୍କୁ କୃଷିଋଣ, ରିହାତି ଦରରେ ବିହନ, ସାର, କୀଟନାଶକ ଔଷଧ ଆଦି ପ୍ରଦାନ କ୍ଷେତ୍ରରେ ଅବହେଳା କରାଯାଉଛି ବୋଲି ଧାରଣାକାରୀ ଅଭିଯୋଗ କରିଥିଲେ।

ଏହି ସମିତିରେ ୩ ହଜାରରୁ ଊର୍ଦ୍ଧ୍ବ ଚାଷୀ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୧୮୦୦ ଚାଷୀଙ୍କୁ ଋଣ ପ୍ରଦାନ କରାଯାଇଛି। ଋଣ ପ୍ରଦାନ କରାଯାଇଥିବା ଚାଷୀମାନଙ୍କ ମଧ୍ୟରୁ ଅନେକ ଅଣଚାଷୀ ରହିଛନ୍ତି। ପ୍ରକୃତ ଚାଷୀଙ୍କୁ ଋଣରୁ ବଞ୍ଚିତ କରାଯାଇଛି। ଚାଷୀ ପଞ୍ଜୀକରଣ ଓ ନବୀକରଣରେ ଚଞ୍ଚକତା କରାଯାଉଛି। ଫଳରେ ଅନେକ ଚାଷୀ ବିିଭିନ୍ନ ସୁବିଧାରୁ ବାଦ ପଡ଼ୁଛନ୍ତି। ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ଏନେଇ ସମିତିର ମୁଖ୍ୟ ନିର୍ବାହୀ ଅଧିକାରିଣୀ ମିଲି ନାୟକଙ୍କୁ ପଚାରିବାରୁ ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ଯେଉଁ ଚାଷୀ ଆସୁଛନ୍ତି ସେମାନଙ୍କୁ ଋଣ ଯୋଜନାରେ ସାମିଲ କରାଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe