ସରିନି ଧାନମଣ୍ଡି ସମସ୍ୟା: ଚାଷୀଙ୍କ ରାଜପଥ ଅବରୋଧ

ସରିନି ଧାନମଣ୍ଡି ସମସ୍ୟା: ଚାଷୀଙ୍କ ରାଜପଥ ଅବରୋଧ

ଦଶପଲ୍ଲା : ଚଳିତ ବର୍ଷ ଧାନକିଣା ନେଇ ପ୍ରଶାସନ ଏବଂ ମିଲର୍‌ଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଧାନକିଣା ସମୟରେ ବହୁ ଅବ୍ୟବସ୍ଥା ସାମ୍ନାକୁ ଆସୁଛି। ମଣ୍ତି ସମୟରେ ଚାଷୀଙ୍କ ଧାନ ସଂଗ୍ରହ ହୋଇପାରୁନି। ଯାହାର ପ୍ରତିବାଦରେ ଆଜି ଦଶପଲ୍ଲା ବ୍ଲକ୍‌ ମଧ୍ୟଖଣ୍ତ ପ୍ୟାକ୍ସରେ ଅବ୍ୟବସ୍ଥା ନେଇ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୀର୍ଘ ସମୟ ଧରି ଦଶପଲ୍ଲା-ଗଣିଆ ରାସ୍ତାରେ ଧାନ ରଖି ରାଜପଥ ଅବରୋଧ କରିବା ସହ ପ୍ରତିବାଦ କରିଛନ୍ତି। ମଧ୍ୟାହ୍ନ ପ୍ରାୟ ୨ଟାରୁ ଚାଷୀମାନେ ରାଜପଥ ଅବରୋଧ କରିଥିଲେ। ୨ ଘଣ୍ଟା ଧରି ଉଭୟ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଥିଲା। ଖବର ପାଇ କୃଷକ ନେତା ଶରତ ବେହେରା ଚାଷୀଙ୍କ ନିକଟରେ ପହଞ୍ଚିଥିଲେ। ପୁଲିସ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିଲା। ଆସନ୍ତାକାଲି ଧାନ ଉଠିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe