ନୂଆପଡ଼ା ବ୍ଲକ୍‌ର ୩ଟି ମଣ୍ଡିରେ ଚାଷୀଙ୍କ ଧାରଣା

Advertisment
ନୂଆପଡ଼ା ବ୍ଲକ୍‌ର ୩ଟି ମଣ୍ଡିରେ ଚାଷୀଙ୍କ ଧାରଣା

ନୂଆପଡ଼ା : ସଦର ବ୍ଲକ୍‌ର ମଣ୍ଡିରେ ବିଭିନ୍ନ ସମସ୍ୟା ଉପୁଜୁଛି। ଏହାକୁ ବିରୋଧ କରି ଗୁରୁବାର ନୂଆପଡ଼ା ବ୍ଲକ୍‌ର ନୂଆପଡ଼ା, ସାରାବଙ୍ଗ ଓ ଖରିଆର ରୋଡ୍‌ ଚାଷୀମାନେ ମଣ୍ଡି ସାମ୍‌ନାରେ ଧାରଣା ଦେଇଛନ୍ତି। ଗତ ୪ ଦିନ ହେବ ମଣ୍ଡି ଖୋଲିଲାଣି। ହେଲେ ମଣ୍ଡିରୁ ଏପର୍ଯ୍ୟନ୍ତ ଧାନ ଉଠୁନଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏହି ୩ଟି ମଣ୍ଡିରେ ହଜାର ହଜାର ବସ୍ତା ଧାନକୁ ଚାଷୀମାନେ ଦିନରାତି ଜଗି ରହିଥିଲେ। ଶେଷରେ ଧାରଣାରେ ବସିଥିଲେ।

publive-image

ଖରିଆର ରୋଡ୍‌ ମଣ୍ଡିକୁ ଉପଜିଲ୍ଲାପାଳ ତରଣୀସେନ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ନୂଆପଡ଼ା ଆର୍‌ଏମ୍‌ସି ସଂପାଦକ ବିବେକାନନ୍ଦ ମହାନନ୍ଦ ପହଞ୍ଚି ଚାଷୀ ଓ ହେମାଲିଙ୍କ ସହ ଆଲୋଚନା କରିଥିଲେ। ପାରିଶ୍ରମିକ ବଢ଼ିବା ପରେ ହିଁ ଧାନ ଉଠାଇବେ ବୋଲି ହେମାଲିମାନେ କହିଥିଲେ। ଏହି ନଷ୍ପତ୍ତି ରାଜ୍ୟ ସରକାରଙ୍କ ହାତରେ ରହିଛି କହିବା ପରେ ଧାନ ଉଠାଇବାକୁ ରାଜି ହୋଇଥିଲେ। ସରାବଙ୍ଗ ମଣ୍ଡିରେ ଚାଷୀ ଭରତଲାଲ ସାହୁଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ। ଜିଲ୍ଲାରେ ଆଜି ସୁଦ୍ଧା ୬୦୦ ଚାଷୀଙ୍କ ଠାରୁ ୨୩ ହଜାର ୮୨୩.୬୫ କ୍ବିଣ୍ଟାଲ ଧାନ କିଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe