ପଦ୍ମପୁର ଉପନିର୍ବାଚନ: ଚାଷୀଙ୍କ ଚରମ ନିଷ୍ପତ୍ତି, ଖାତାକୁ ଟଙ୍କା ନ ଆସିବା ଯାଏଁ ଧାରଣା

ପଦ୍ମପୁର ଉପନିର୍ବାଚନ: ଚାଷୀଙ୍କ ଚରମ ନିଷ୍ପତ୍ତି, ଖାତାକୁ ଟଙ୍କା ନ ଆସିବା ଯାଏଁ ଧାରଣା

ବରଗଡ଼/ପଦ୍ମପୁର : କେନ୍ଦ୍ର ସରକାରଙ୍କ ଫସଲ ବୀମା ପୈଠ ନେଇ ଘୋଷଣା ହେଉ କିମ୍ବା ରାଜ୍ୟ ସରକାରଙ୍କ ୨ଶହ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଘୋଷଣା; ଉଭୟ ଘୋଷଣା ଚାଷୀ ଆନ୍ଦୋଳନକୁ ରୋକିପାରିନାହିଁ। ବରଂ, ଚାଷୀଙ୍କ ଖାତାକୁ ଟଙ୍କା ନଆସିବା ଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀ ସଙ୍ଗଠନ ଘୋଷଣା କରିଛି।

ରାଜବୋଡ଼ା କୃଷକ ସଙ୍ଗଠନ ନେତୃତ୍ବରେ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ଆଜି ୧୭ ଦିନରେ ପହଁଚିଛି। ଗୋଟିଏପଟେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରୁଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଧାରଣା ବି ଚାଲିଥିଲା। ଏହାପରେ ରାଜବୋଡ଼ା କୃଷକ ସଙ୍ଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସଙ୍ଗଠନର ସଭାପତି ବାଞ୍ଝାନିଧି ନାୟକ, ଆବାହକ ଅଶୋକ ସାହୁ, ଅଜିତ ଶତପଥୀ, ଚାଷୀନେତା ଲିଙ୍ଗରାଜ ପ୍ରଧାନ ପ୍ରମୁଖ କହିଥିଲେ, ଇନ୍‌ପୁଟ୍‌ ସବ୍‌ସିଡି, ଫସଲବୀମା ଘୋଷଣାରେ ସେମାନେ ନିଷ୍ପତ୍ତିରୁ ଓହରିଯିବେ ନାହିଁ। ଯେପର୍ଯ୍ୟନ୍ତ ସମସ୍ତ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଥିଲେ। ଚାଷୀଙ୍କ ସମସ୍ୟା ସମାଧାନ କେନ୍ଦ୍ର ଓ ରାଜ୍ୟ ସରକାର କରିପାରି ନଥିବାରୁ ଆଗାମୀ ନିର୍ବାଚନରେ ହିଁ ଏହାର ଉଚିତ ଜବାବ ଦିଆଯିବ ବୋଲି ଚାଷୀମାନେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଚାଷୀନେତା ରବି ପ୍ରଧାନ, ଅରବିନ୍ଦ ପଣ୍ତା, ଅଶୋକ ସାହୁ, ମୁରଲି ଭୋଇ, ଦହିତ ସାହୁ, ଶୁକଦେବ ମେହେର, ସାମନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe