ପୁଣି ତାତିଲେ ଚାଷୀ, ବରପାଲି- ରାମପୁର ମୁଖ୍ୟରାସ୍ତା ୨ଘଣ୍ଟା ଜାମ୍

Advertisment
ପୁଣି ତାତିଲେ ଚାଷୀ, ବରପାଲି- ରାମପୁର ମୁଖ୍ୟରାସ୍ତା ୨ଘଣ୍ଟା ଜାମ୍

ଏସ୍‌. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ରାମପୁର ମଣ୍ଡିରେ ପୁଣି ଚାଷୀ ଅସନ୍ତୋଷ। ଟୋକନ୍ ଲାପ୍ସ ହେବାକୁ ନେଇ ଚାଷୀ ତାତିଲେ। ସୋମବାର ରାମପୁର ପେକ୍ସର ଶତାଧିକ ଚାଷୀ ବରପାଲି ରାମପୁର ମୁଖ୍ୟରାସ୍ତା ନାଇକେନପାଲି ଛକଠାରେ ସନ୍ଧ୍ୟା ୫ଟାରୁ ଧାରଣାରେ ବସିଥିଲେ। ଦୀର୍ଘ ୨ ଘଣ୍ଟା ଧାରଣାରେ ବସିବା ପରେ ଏମ୍‌ଆଇ ଜଗନ୍ନାଥ ଭୋଇ ଓ ଅସ୍ଥାୟୀ ସମ୍ପାଦକ ରାଜକୁମାର ପଧାନ ଚାଷୀଙ୍କ ନିକଟକୁ ଆସି ବୁଝାଇବା ସହ ସମସ୍ତ ଚାଷୀଙ୍କ ଧାନ କିଣିବା ସହ ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ ଉଠାଇବା ସହ ଟୋକନ ଲାପ୍ସ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ।

publive-image

୩୦ ଓ ୩୧ ତାରିଖରେ ଆସିଥିବା ଟୋକନ ଗୁଡ଼ିକର ଧାନ ମଣ୍ଡିରେ ପହଞ୍ଚି ଥିଲା। ତେବେ ଆଜି ମଣ୍ଡିରେ ପହଞ୍ଚିବା ଅବଧି ସରିବା ସହ ୧୨୫ଜଣ ଚାଷୀଙ୍କ ଟୋକନ ଲାପ୍ସ ହେବାର ଥିବା ବେଳେ ଚାଷୀ ରାସ୍ତାରେ ଧାରଣାରେ ବସିଥିଲେ। ତେବେ ଆଜିର ଦିନରେ ରାମପୁର ମଣ୍ଡିରେ ପାଖାପାଖି ୫୦୦୦ ରୁ ୫୫୦୦ ପ୍ୟାକେଟ୍ ଧାନବସ୍ତା ପଡ଼ି ଥିବା ଜଣାଯାଇଛି। ଏତେ ଗୁଡ଼ିଏ ସମସ୍ୟା ଭିତରେ ଆଜି ଅସ୍ଥାୟୀ ଭାବେ ପେକ୍ସ ଦାୟିତ୍ବରେ ଥିବା ସମ୍ପାଦକ ଭଗବାନ ପଧାନ ଅସୁସ୍ଥତା କାରଣରୁ ଛୁଟିରେ ଥିବା ବେଳେ ତାଙ୍କ ସ୍ଥାନରେ ବେହେରାମାଲ, ସମଲେଇଚୁଆ, ବଡ଼କର୍ଲେ ପେକ୍ସର ଏକତ୍ର ଦାୟିତ୍ବରେ ଥିବା ରାଜକୁମାର ପଧାନଙ୍କୁ ପୁଣି ରାମପୁର ପେକ୍ସର ଦାୟିତ୍ବ କିଛିଦିନ ପାଇଁ ମିଳିଥିବା ସୂଚନା ମିଳିଛି। ତେବେ ଏସବୁ ଭିତରେ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe