ଭୁବନେଶ୍ୱର : ଆସନ୍ତା ୧୫ ତାରିଖରୁ ୨୦୧୮-୧୯ ଖରିଫ ବିପଣନ ଋତୁ ପାଇଁ ଚାଷୀଙ୍କ ପଞ୍ଜୀକରଣ ଆରମ୍ଭ ହେବ। ଏହି ପ୍ରକ୍ରିୟା ଦୁଇମାସ ପାଇଁ ଚାଲିବ।
ଏ ନେଇ ଖାଦ୍ୟ ଯୋଗାଣ ବିଭାଗ ଖୁବଶୀଘ୍ର ନିୟମାବଳୀ ଜାରି କରିବାକୁ ଯାଉଥିବା ସୂଚନା ମିଳିଛି। ସୂଚନାନୁସାରେ ଖରିଫ ଋତୁ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୧୫ ତାରିଖରୁ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ବିଭାଗ ପ୍ରସ୍ତୁତ କରିଥିବା ନିୟମାବଳୀ ଏକପ୍ରକାର ଚୂଡ଼ାନ୍ତ ହୋଇଛି। ଏଥର ଅଧିକ ସଂଖ୍ୟକ ଚାଷୀଙ୍କୁ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ସାମିଲ କରିବାକୁ ପଦକ୍ଷେପ ନିଆଯାଉଛି। ନିୟମାବଳୀକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି। ଉଲ୍ଲେଖଯୋଗ୍ୟ, ଚଳିତ ଖରିଫ ଋତୁରୁ ଏଫ୍ଏକ୍ୟୁ ମାନର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) କ୍ୱିଣ୍ଟାଲ୍ ପିଛା ୧୫୫୦ ଟଙ୍କାରୁ ୧୭୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।
Follow Us