୪୪ ଚାଷୀଙ୍କଠାରୁ ୩ କୋଟି ଠକେଇ : ଧରାପଡ଼ିଲେ ସୋମନାଥ

Advertisment
୪୪ ଚାଷୀଙ୍କଠାରୁ ୩ କୋଟି ଠକେଇ : ଧରାପଡ଼ିଲେ ସୋମନାଥ

ପାରଳାଖେମୁଣ୍ଡି : ରିହାତିରେ କୃଷି ଯନ୍ତ୍ରପାତି, ଟ୍ର୍ରାକ୍ଟର, ଧାନକଟା ମେସିନ୍‌ ଖରିଦ କରିଦେବା ଆଳରେ ଗଜପତି ଜିଲ୍ଲାର ୪୪ ଜଣ ଚାଷୀଙ୍କ ଠାରୁ ପ୍ରାୟ ୩ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ କାର୍ପଟଦାର ଗଜପତି ଜିଲ୍ଲା କୃଷି ବିଭାଗ କିରାଣି ସୋମନାଥ ମହାନ୍ତିଙ୍କୁ ଶେଷରେ ଗଜପତି ଜିଲ୍ଲା ସ୍ୱତନ୍ତ୍ର ପୁଲିସ ଟିମ୍‌ ଭୁବଶ୍ୱେରରୁ ଧରିବାରେ ସଫଳ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ପୁଲିସର ଏକ ଟିମ୍‌ ଆଜି ତାଙ୍କୁ ଭୁବନେଶ୍ୱରରୁ ପାରଳା ଆଣୁଥିବା ସୂଚନା ମିଳିଛି। ତେବେ ଏ ନେଇ ପାରଳା ଥାନାଧିକାରୀ ବାବୁଲି ନାୟକ ବିଶଦ ବିବରଣୀ ଦେବାକୁ ମନା କରି ଦେଇଛନ୍ତି। ଆସନ୍ତା କାଲି ଏ ସମ୍ପର୍କରେ ସୂଚିତ କରାଯିବ ବୋଲି ଜଣାଇଛନ୍ତି ।

ସୋମନାଥ ଟଙ୍କା ନେଇ ପ୍ରାୟ ବର୍ଷେ ହେଲା ଫେରାର ରହିଥିଲେ। ସେ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ଠାରୁ ୩ କୋଟିରୁ ଊର୍ଧ୍ୱ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ରିହାତି ଦରରେ କୃଷି ଯନ୍ତ୍ରପାତି ଓ ଟ୍ରାକ୍ଟର କରାଇ ଦେବାର ଲୋଭ ଦେଖାଇ ସୋମନାଥ ଚାଷୀଙ୍କ ଟଙ୍କା ଆତ୍ମସାତ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ସମ୍ବାଦରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ପୁଲିସ ଓ ପ୍ରଶାସନ ଚେଇଁ ଉଠିଥିଲା ଏବଂ ସୋମନାଥକୁ ଧରିବାରେ ସଫଳ ହୋଇଥିବା ଜଣାପଡ଼ିଛିି । ତେବେ, ଏଠାରେ ପ୍ରଶ୍ନ ଉଠୁଛି ଯେ ମାତ୍ର କିଛି ଦିନର ପ୍ରଚେଷ୍ଟାରେ ପୁଲିସ ସୋମନାଥଙ୍କୁ ଧରିବାରେ ସଫଳ ହେଲା ଅଥଚ ବର୍ଷେ ହେଲା ଚାଷୀଙ୍କ ଭାବାବେଗ ସହିତ କାହିଁକି ଖେଳୁଥିଲା ? ସେ ଯାହା ହେଉ, ଟଙ୍କା ହରାଇଥିବା ଚାଷୀମାନେ ନିଜ ନିଜର ପଇସା ଫେରି ପାଇବାକୁ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe