ସମଲେଶ୍ୱରୀ ଗ୍ରାମଦ୍ୟୋଗ ରାଇସମିଲରେ ଚାଷୀଙ୍କୁ ମାଡ଼; ଫାଣ୍ଡିରେ ଏତଲା, ଘଟଣାର ପ୍ରତିବାଦରେ ଚାଷୀଙ୍କ ଧାରଣା

Advertisment
ସମଲେଶ୍ୱରୀ ଗ୍ରାମଦ୍ୟୋଗ ରାଇସମିଲରେ ଚାଷୀଙ୍କୁ ମାଡ଼; ଫାଣ୍ଡିରେ ଏତଲା, ଘଟଣାର ପ୍ରତିବାଦରେ ଚାଷୀଙ୍କ ଧାରଣା

tribuneindia.com

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ବୈଜାମୁଣ୍ଡାସ୍ଥିତ ସମଲେଶ୍ବରୀ ଗ୍ରାମଦ୍ୟୋଗ ରାଇସମିଲ ବିରୋଧରେ ଏତଲା। ମିଲ ଭିତରେ ଚାଷୀ ବିଭୂତି ପ୍ରଧାନଙ୍କୁ ମାଡ଼ ଦିଆଯିବା ନେଇ ଏହି ଏତଲା ହୋଇଛି। ଏଥିସଂକ୍ରାନ୍ତରେ କାହାକୁ ଗିରଫ କରାଯାଇ ନାହିଁ।

ସୂଚନା ଅନୁଯାୟୀ, ସମ୍ବଲପୁର ଉପଖଣ୍ଡ ସ୍ଥିତ ପ୍ରତ୍ୟେକ ମଣ୍ଡିରେ କଟନିଛଟନି ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଉଛି। ଯୋଗାଣ ବିଭାଗ ଏହାକୁ ଗୁରୁତ୍ବ ଦେଉନଥିବାରୁ ପରିସ୍ଥିତି ଜଟିଳ ହୋଇ ପଡ଼ିଛି। କଟନିଛଟନି ନେଇ ସମଲେଶ୍ବରୀ ଗ୍ରାମଦ୍ୟୋଗ ରାଇସମିଲରେ ତୁମୂଳକାଣ୍ଡ ହୋଇଥିଲା। ଗୋଶାଲା ଫାଣ୍ଡିରେ ଦିଆଯାଇଥିବା ଏତଲା ଅନୁଯାୟୀ, ଶୁକ୍ରବାର ଠାରୁ ଚାଷୀ ବିଭୂତି ପ୍ରଧାନ ମିଲରେ ଧାନ ଆଣିଥିଲେ ମଧ୍ୟ ଅନଲୋଡ ହୋଇନଥିଲା। ଶନିବାର ଅନଲୋଡ ହେବା ପରେ ଧାନରେ ଅଧିକ ମସର୍ଚର କହି ମିଲ ପକ୍ଷରୁ କଟନି ଛଟନି ହେବ ବୋଲି କୁହାଯାଇଥିଲା। ଏହାକୁ ବିଭୁତି ବିରୋଧ କରିଥିଲେ। ଏଥିରେ ମିଲର କର୍ମଚାରୀ ଉତକ୍ଷିପ୍ତ ହୋଇ ଚାଷୀଙ୍କ ବେକକୁ ଚିପି ଧରି ଦୁଇ ଚାପୁଡ଼ା ମାରିଥିଲେ। ଅଶ୍ଳୀଳ ଭାଷାରେ ଗାଳି ଗଲୋଜ କରିଥିଲେ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ମାଡ଼ ପ୍ରତିବାଦରେ ଚାଷୀ ସଂଗଠନର ପ୍ରତିନିଧି ସମଲେଶ୍ବରୀ ଗ୍ରାମଦ୍ୟୋଗ ରାଇସମିଲ ସମ୍ମୁଖରେ ଧାରଣା ଦେବା ସହ ଘଟଣାର ପ୍ରତିବାଦ କରିଛନ୍ତି। ଯଥାଶୀଘ୍ର ମାଡ଼ ମାରିଥିବା ମିଲ କର୍ମଚାରୀଙ୍କୁ ଗିରଫ ଏବଂ ମିଲ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରାଯାଇଛି। ତେବେ ଏହି ମିଲ ନାମରେ ପ୍ରତିବର୍ଷ ଧାନସଂଗ୍ରହ ସମୟରେ କଟନି ଛଟନି କରାଯାଉଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କେବେ ମଧ୍ୟ ଗୁରୁତ୍ବ ଦେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଥିସଂକ୍ରାନ୍ତରେ ସିଏସଓଙ୍କୁ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe