ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ କୃଷକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ କୃଷକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛନ୍ତି କୃଷକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ବିଶେଷ କରି ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନିଜର ଟୁଇଟରରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି,‘ ପବିତ୍ର ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ତଥା ବିଶେଷ କରି ଆମ ଚାଷୀ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଉଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରୀ ନିୟମ କଡ଼ାକଡ଼ି ପାଳନ କରିବା ସହ କୃଷି କାର୍ଯ୍ୟ ସମୟରେ ସାମାଜିକ ଦୂରତା ନିଶ୍ଚୟ ବଜାୟ ରଖନ୍ତୁ। ଆଶା କରୁଛି, ଚଳିତ ବର୍ଷ ଚାଷୀ ଭାଇଭଉଣୀଙ୍କ ପାଇଁ ସମୃଦ୍ଧିର ବର୍ଷ ହେବ।’
ଏଣେ ବାଲେଶ୍ୱରରେ ନୂଆ ଆଶା ନେଇ ଚଷାପୁଅ ଅଖିମୁଠି ଅନୁକୂଳ କରିଛନ୍ତି। ତେଣେ ଭଦ୍ରକ, ବୌଦ୍ଧ ଜିଲ୍ଲାରେ ବି ଅଖିମୁଠି ଅନୁକୂଳ କରୁଛନ୍ତି ଚାଷୀ। ରାଜ୍ୟସାରା ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛନ୍ତି କୃଷକ। କିନ୍ତୁ, କନ୍ଧମାଳରେ ଚାଷୀଙ୍କ ପାଖରେ ବିହନ ପହଞ୍ଚି ପାରିଲାନି। ଆଉ ଦୁଇ ତିନି ଦିନ ମଧ୍ୟରେ ବିହନ ଆସି ପହଞ୍ଚିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe