ଟ୍ରାକ୍ଟର କିସ୍ତି ଦେଇ ନପାରି ଚାଷୀଙ୍କ ଆତ୍ମହତ୍ୟା

ହାତୀ ଫସଲ ଉଜାଡ଼ିବାରୁ ଚାଷୀଙ୍କ ଆତ୍ମହତ୍ୟା!

marathi.netive.in

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଖଣ୍ଡହତା ପଞ୍ଚାୟତ ରାମ୍ଭିପାଲି ଗାଁର ଯୁବଚାଷୀ ଚିତ୍ତରଞ୍ଜନ ବିଶ୍ବାଳ (୨୫ବର୍ଷ) ଆତ୍ମହତ୍ୟା କରିଛନ୍ତି।

ଚିତ୍ତରଞ୍ଜନ ପ୍ରାୟ ଏକ ବର୍ଷ ପୂର୍ବରୁ ଏକ ଟ୍ରାକ୍ଟର ଋଣରେ ଆଣି ଚାଷ କରୁଥିଲେ। ଫସଲ ଭଲ ନହେବାରୁ ସେ ଟ୍ରାକ୍ଟରର କିସ୍ତି ଟଙ୍କା ଦେଇ ପାରି ନଥିଲେ। ଫଳରେ ସଂପୃକ୍ତ ସଂସ୍ଥା ଟ୍ରାକ୍ଟରକୁ ନେଇ ଯାଇଥିଲା। ପରବର୍ତ୍ତୀ ସମୟରେ ସେ ତାଙ୍କ ଚାଷ ଜମିକୁ ପ୍ରାୟ ଏକଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତିଙ୍କଠାରେ ବନ୍ଧକ ଦେଇଥିଲେ। ସେହି ଦିନଠାରୁ ସେ ସବୁବେଳେ ଚିନ୍ତାଗ୍ରସ୍ତ ଥିଲେ। ଶେଷରେ, ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମୃତ ଚିତ୍ତରଞ୍ଜନ ବିବାହିତ ଓ ତାଙ୍କ ସ୍ତ୍ରୀ ସୁବର୍ଣ୍ଣଙ୍କ ସହିତ ୩ ବର୍ଷର ଏକମାତ୍ର କନ୍ୟା ସନ୍ତାନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe