ହାତୀ ଫସଲ ଉଜାଡ଼ିବାରୁ ଚାଷୀଙ୍କ ଆତ୍ମହତ୍ୟା!

Advertisment
ହାତୀ ଫସଲ ଉଜାଡ଼ିବାରୁ ଚାଷୀଙ୍କ ଆତ୍ମହତ୍ୟା!

marathi.netive.in

ବଅଁରପାଳ : ହାତୀ ଉପଦ୍ରବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି। କିଛିଦିନ ମଧ୍ୟରେ ହାତୀ ଆକ୍ରମଣରେ ହିନ୍ଦୋଳ ବ୍ଲକ୍‌ର ୩ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଫସଲ ଉଜାଡ଼ିବାରୁ ଗତକାଲି ରାତିରେ ଜଣେ ଚାଷୀ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି।
ମୃତ ଚାଷୀ ହେଉଛନ୍ତି ହିନ୍ଦୋଳ ଥାନା କର୍ଣ୍ଣପୁର ଗ୍ରାମର ମହୁର ସାହୁ(୬୨)।

ମୃତକଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀଙ୍କ କହିବା ମୁତାବକ, ମହୁର ଏ ବର୍ଷ ନିଜ ଜମି ଓ ଭାଗ ଜମି ମିଶାଇ ପ୍ରାୟ ୨ ଏକର ଜାଗାରେ କାକୁଡ଼ି ଚାଷ କରିଥିଲେ। ଏଥିପାଇଁ ସେ ଗାଉଁଲି ସୁଧରେ ଟଙ୍କା କରଜ ଆଣିଥିଲେ। କାକୁଡ଼ି ଲତାରେ ଫୁଲ ଫୁଟି କଷି ଧରିବା ଆରମ୍ଭ କରିଥିଲା। ଏହି ସମୟରେ ହାତୀପଲ ଏହି ଫସଲ ଉଜାଡ଼ି ଦେଇଛନ୍ତି। ଏଥିରେ ମହୁର ଭାଙ୍ଗି ପଡ଼ିଥିଲେ। ତାଙ୍କ ଘରଠାରୁ ଅଳ୍ପ ଦୂରରେ ଥିବା ଏହି କାକୁଡ଼ି ‌କ୍ଷେତକୁ ଗୁରୁବାର ସଂଧ୍ୟାରେ ସେ ଯାଇଥିଲେ। ଦୀର୍ଘ ସମୟ ଧରି ନ ଫେରିବାରୁ ପରିବାର ଲୋକେ ଖୋଜି କାକୁଡ଼ି କିଆରିରେ ପହଞ୍ଚିଥିଲେ। ଏହି ସମୟରେ ମହୁର ସଂକଟାପନ୍ନ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରିବାର ସଦସ୍ୟ ମହୁରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ହାତୀପଲ ଫସଲ ଉଜାଡ଼ି ଦେବାରୁ ମହୁର କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ସଦସ୍ୟ ଓ ଗ୍ରାମବାସୀ ପ୍ରକାଶ କରିଛନ୍ତି। ହିନ୍ଦୋଳ ଥାନା ପୁଲିସ୍‌ ଶବ ବ୍ୟବଚ୍ଛେଦ କରାଇ ଆଜି ପରିବାରକୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe