ବଙ୍ଗ ବେପାରୀ ମାଲେମାଲ୍‌

Advertisment

ସରକାରୀ ମଣ୍ତି ଖୋଲା ନହେବାରୁ କମ୍‌ ଦାମ୍‌ରେ ଧାନ ବିକୁଛନ୍ତିି ଚାଷୀ

ସରକାରୀ ମଣ୍ତି ଖୋଲା ନହେବାରୁ କମ୍‌ ଦାମ୍‌ରେ ଧାନ ବିକୁଛନ୍ତିି ଚାଷୀ

ବଙ୍ଗ ବେପାରୀ ମାଲେମାଲ୍‌

ବିଶୋଇ : ବହୁ କଷ୍ଟରେ ଧାରକରଜ କରି ମୟୂରଭଂଜ ଜିଲ୍ଲାର ଚାଷୀମାନେ ଧାନଚାଷ କରିଥିଲେ। ଆଶା ଥିଲା, ଅମଳ ହେଲେ ସରକାରୀ ମଣ୍ତିରେ ବିକି ଭଲ ଦି’ ପଇସା ପାଇଥାଆନ୍ତେ। ଋଣ ଶୁଝନ୍ତେ, ଶ୍ରମିକଙ୍କୁ ମଜୁରି ଦିଅନ୍ତେ। ହେଲେ ସେମାନଙ୍କ ସବୁ ଆଶା ମଉଳି ଯାଉଛି। ଟଙ୍କାର ଆବଶ୍ୟକତା ଥିବାବେଳେ ଏଯାଏ ସରକାରୀ ମଣ୍ତି ଖୋଲା ନହେବାରୁ କ୍ଷତି ସହି ମଧୢ ଚାଷୀମାନେ ବଙ୍ଗ ବେପାରୀଙ୍କୁ କମ୍‌ ଦାମ୍‌ରେ ଧାନ ବିକି ଦେଉଛନ୍ତିି।

ଚଳିତ ବର୍ଷ ଜିଲ୍ଲା ଅଧୀନ ବିଶୋଇ ବ୍ଲକ୍‌ର ୧୩ଟି ପଞ୍ଚାୟତରେ ମୋଟ ୪୮ ଶହ ୫୦ ହେକ୍ଟର ଜମିରେ ଖରିଫ ଫସଲ ହୋଇଥିଲା। ଚାଷୀମାନେ ମୌସୁମୀର ଲୁଚକାଳି ଖେଳ ସହ ରୋଗପୋକ ସହ ଯୁଝିଥିଲେ। ଭାବିଥିଲେ ଅମଳ ହେଲେ ସରକାରଙ୍କୁ ଧାନ ବିକି ଭଲ ଆୟ କରିବେ। ଏହାଭିତରେ ଧାନ ଅମଳ ପ୍ରାୟ ସରିବାକୁ ବସିଲାଣି। ହେଲେ ବ୍ଲକ୍‌ରେ ଏଯାଏ ଧାନମଣ୍ଡି ଖୋଲିଲା ନାହିଁ।

ଏଣେ ଲ୍ୟାମ୍ପ୍‌ସରେ ‘ଏ’ ଗ୍ରେଡ୍‌ ଧାନ କ୍ୟୁଣ୍ଟାଲ୍‌ ପିଛା ୧୮ ଶହ ୧୦ ଟଙ୍କା ଏବଂ ଏଫ୍‌ଏକ୍ୟୁ ମାନଯୁକ୍ତ ଧାନର ମୂଲ୍ୟ ୧୭ ଶହ ୫୦ ଟଙ୍କା ଧାର୍ଯ୍ୟ ହୋଇଛି। ହେଲେ ବିଶୋଇ ଓ ମଣଦା ଲ୍ୟାମ୍ପସ୍‌ରେ ଚାଷୀମାନେ ବେପାରୀମାନଙ୍କୁ ଧାନ କ୍ୟୁଣ୍ଟାଲ୍‌ ପିଛା ମାତ୍ର ୧ ହଜାର ଟଙ୍କାରୁ ୧୧ ଶହ ଟଙ୍କାରେ ବଙ୍ଗ ବେପାରୀଙ୍କୁ ଦେଇଦେଉଥିବା ଜଣାପଡ଼ିଛି। ଏନେଇ ବିଶୋଇ ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦେଶକ ତାପସ ରଞ୍ଜନ ଧୀର ଏବଂ ମଣଦା ଲ୍ୟାମ୍ପ୍‌ସ ପରିଚାଳନା ନିର୍ଦେଶକ ଦୀପକ ରଞ୍ଜନ କାରୁଆଙ୍କୁ ପଚାରିବାରୁ ଖୁବ୍‌ଶୀଘ୍ର ଏକ ବୈଠକ ବସି ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି କରାଯିବ ବୋଲି ଉଭୟ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe