ଝରିଗାଁ: ଗତ କିଛିଦିନ ତଳେ ଝରିଗାଁ ବ୍ଲକ ଚାଷୀଙ୍କ ଧାନ ଓ ମକା ଉଚିତ ମୁଲ୍ୟରେ ବିକ୍ରି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉ ବୋଲି ଚାଷୀ ଆନ୍ଦୋଳନ କରିଥିଲେ। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ସ୍ଥଗିତ ହୋଇଥିଲା। କିନ୍ତୁ ସୋମବାର ଝରିଗାଁ ଠାରେ ଥିବା ଧାନ ମଣ୍ଡିରେ କୌଣସି ଚାଷୀଙ୍କ ଠାରୁ ଧାନ କିଣା ହୋଇ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

Advertisment

ସ୍ଥାନୀୟ ଚାଷୀଙ୍କ ଅଭିଯୋଗ ପ୍ରକାରେ ଧାନ ମଣ୍ଡିରେ ଚାଷୀ ମାନଙ୍କୁ  ଫେୟାର ଆଭ୍ରେଜ୍ କ୍ବାଲିଟି(FAQ)ମାନର ଧାନ ଆଳ ଦେଖାଇ କଟନୀ ଛଟନୀ କରିବା ପାଇଁ ବାଧ୍ୟ କରୁଛନ୍ତି।FAQ ମାନର ଧାନ ନିର୍ଦ୍ଧାରଣ ପାଇଁ କୌଣସି ଯନ୍ତ୍ରପାତି ବ୍ୟବହାର ହେଉନାହିଁ।

ଆହୁରି ପଢ଼ନ୍ତୁ:Abolish Special Security: ସ୍ପେସାଲ ସିକ୍ୟୁରିଟି ରଦ୍ଦ କର, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବିନା ଯନ୍ତ୍ରପାତିରେ ଧାନର ମାନ ନିର୍ଦ୍ଧାରଣ

କର୍ମଚାରୀମାନେ ବିନା ଯନ୍ତ୍ରପାତି ବ୍ୟବହାର କରି ଧାନର ମାନ ନିର୍ଦ୍ଧାରଣ କରୁଥିବା ଅଭଯୋଗ କରିଛନ୍ତି।ସେହିପରି FAQ ମାନର ଧାନ ଆଳ ଦେଖାଇ ମଣ୍ଡିରେ ଚାଷୀଙ୍କୁ ହଇରାଣ ହେବାକୁ ପଡିବା ସହ କଟନୀ ଛଟନୀ କଲେ ଆଗାମୀ ଦିନରେ ଝରିଗାଁ ବ୍ଲକ ଚାଷୀ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟ ବରିଷ୍ଟ ଚାଷୀ ପ୍ରଫୁଲ୍ଲ ପାଣ୍ଡେ , ମୋହନ ପ୍ରଧାନୀ, ଖଗେଶ୍ବର ନାୟକ, ରବି ନାୟକ, ବଂଶୀଧର ପନକା , ପ୍ରେମା ପାଣ୍ଡେ , ଚୈତନ୍ୟ ଗୌଡ଼, ଦୀନବନ୍ଧୁ ଗୌଡ଼ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସେହିପରି କିଛି ଚାଷୀ ଧାନ ମଣ୍ଡିରେ କଟନୀ ଛଟନୀର ସମାଧାନ ହେଲେ FAQ ମାନର ଧାନ କିଭଳି ହେଉଛି ବୋଲି ପ୍ରଶ୍ନ କରିଛନ୍ତି।ଆଜି ଦିନ ତମାମ ମଣ୍ଡି ଖଲା ଯାଇଥିଲେ ମଧ୍ୟ FAQ ମାନର ଧାନ ନଥିବା ଦର୍ଶାଇ କୌଣସି ଚାଷୀଙ୍କ ଠାରୁ ଧାନ କିଣା ଯାଇ ନଥିବା ଚାଷୀ ମାନେ ସୂଚନା ଦେଇଛନ୍ତି।ଘଟଣା ନେଇ ଲେମ୍ପସ ନିର୍ଦେଶକ ନରସିଂହ ଗୌଡ଼ ସହ ଯୋଗାଯୋଗ କରିବାରୁ FAQ ମାନର ଧାନ ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଅନୁଯାଇ ଯନ୍ତ୍ରପାତି ଅଛି।

ଆହୁରି ପଢ଼ନ୍ତୁ:Question On Legal Validity Of ‘No PUC, No Fuel’ Policy: ପିୟୁସିସି ବିନା ପେଟ୍ରୋଲ ମନା ନେଇ ଉଠିଲା ପ୍ରଶ୍ନ

କିନ୍ତୁ ଚାଷୀଙ୍କ ଧାନ FAQ ମାନର ନଥିବା ଯୋଗୁଁ କିଣାବାରେ ସମସ୍ୟା ହେଉଥିବା କହିବା ସହ ସୋମବାର ଜଣେ ଚାଷୀଙ୍କ ଠାରୁ ୭୫ କ୍ୟୁଟଲ ଧାନ କିଣିଥିବା କହିଛନ୍ତି।ସେହିପରି ଝରିଗାଁ ବ୍ଲକରେ ବିଭିନ୍ନ ଧାନ ମଣ୍ଡିରୁ ଆଜି ପର୍ଯ୍ୟନ୍ତ ୮୩ ଜଣ ଚାଷୀଙ୍କ ଠାରୁ ୪୧୨୩ କ୍ୟୁଟଲ ଧାନ କିଣା ହୋଇଛି ଏବଂ ୧୧ ଜଣ ଚାଷୀଙ୍କ ଧାନ ଟଙ୍କା ଆକାଉଣ୍ଟରେ ପ୍ରଦାନ କରାଯାଇଛି।ବର୍ତ୍ତମାନ ସୁଧା ଝରିଗାଁ ବ୍ଲକ ପାଇଁ ୧୬ ହଜାର ୨ ଶହ କ୍ୟୁଟେଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିବା ସୂଚନା ଦେଇଛନ୍ତି।

ରିପୋର୍ଟ: ରମେଶ ପଟ୍ଟନାୟକ