୧୯ରେ ରାଜପଥ ଅବରୋଧ କରିବେ ଚାଷୀ

Advertisment
୧୯ରେ ରାଜପଥ ଅବରୋଧ କରିବେ ଚାଷୀ

Wikipedia

ଜମନକିରା: ବୀମା ଟଙ୍କା ନମିଳିବାରୁ ଗତ ୧୨ ସେପ୍‌‌ଟେମ୍ବରରେ ଶ୍ରୀଲକ୍ଷ୍ମୀ କୃଷକ ସୁରକ୍ଷା ସଂଗଠନ ତରଫରୁ ଷଣ୍ଢପଥର ଛକରେ ଜାତୀୟ ରାଜପଥ ୫୩ ରାସ୍ତା ଅବରୋଧ କରି ଆନ୍ଦୋଳନକୁ ଓଲ୍ଲାଇବାକୁ ସ୍ଥିର କରିଥିଲା ଚାଷୀ ସଂଗଠନ। ତହସିଲଦାର ସୌମ୍ୟରୂପା ରଥ ଓ ଜମନକିରା ଥାନା ଅଧିକାରୀ ପ୍ରେମଜିତ ଦାସ କୃଷକ ସଂଗଠନ ସହିତ ଆଲୋଚନା କରିଥିଲେ।

ସେମାନଙ୍କ ଆଶ୍ବାସନା ପରେ କୃଷକ ସଂଗଠନ ଆନ୍ଦୋଳନ ସ୍ଥଗିତ ରଖିଥିଲା। ତେବେ, ୭ ଦିନ ମଧ୍ୟରେ ଚାଷୀମାନଙ୍କୁ ବୀମା ଟଙ୍କା ନମିଳିଲେ ଆନ୍ଦୋଳନକୁ ଓଲ୍ଲାଇବାକୁ ଚେତାବନୀ ଦିଆଯାଇଥିଲା। ଇତିମଧ୍ୟରେ ମିଆଦ ଦିନ ଗଡ଼ି ଯାଇଥିଲେହେଁ ପ୍ରଶାସନ ତରଫରୁ କୌଣସି ପଦ‌କ୍ଷେପ ନିଆଯାଇନଥିବାରୁ ଆସନ୍ତା ୧୯ ତାରିଖ ସୋମବାର ଦିନ ଷଣ୍ଢପଥର ଛକରେ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିବାକୁ ସଂଗଠନରସଭାପତି ଶ୍ରୀ ଚୌଧୁରୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe