ଆଷାଢ଼ରେ ବି ଜମି ପଡ଼ିଆ: ବାସୁଦେବପୁର ବ୍ଲକରେ ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ହତାଶ

ସିଡିଏ ଜମି ଆବଣ୍ଟନ ପାଇଁ ନିର୍ଦ୍ଦିଷ୍ଟ ନୀତି ନାହିଁ: ଦରକାର ନ ଥିବା ଲୋକଙ୍କୁ ମିଳିଛି ପ୍ଲଟ୍‌, ଖାଲି ପଡ଼ିଛି ହଜାରେ

ବାସୁଦେବପୁର: ବାସୁଦେବପୁର ବ୍ଲକରେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ହତାଶ ହୋଇ ରହିଛନ୍ତି। ଆଷାଢ଼ ସରିବାକୁ ବସିଛି ତଥାପି ଚାଷଜମି ପଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ବର୍ଷା ଲାଗି ରହିଥିଲେ ବି ଜମିରେ ପାଣି ନାହିଁ। ଫଳରେ ଶ୍ରାବଣ ଆସିବାକୁ ଆଉ ଦିନ କେଇଟା ବାକି ରହିଥିବା ବେଳେ ତଳି କାମ ଏଯାଏ ଆରମ୍ଭ ହୋଇପାରିନି। ଚଳିତ ଖରିଫ ଋତୁରେ ଚାଷ କାମକୁ ନେଇ ସମଗ୍ର ଚାଷୀକୁଳ ଆଶଙ୍କା ମଧ୍ୟରେ ଗତି କରୁଛି। ଏଭଳି ସ୍ଥିତିରେ ଚାଷୀଙ୍କର ବିକଳ୍ପ କେନାଲ ପାଣି ବ୍ୟବସ୍ଥା ବି ଅପହଞ୍ଚ ହୋଇଛି।

ବ୍ଲକର ମୋଟ ୩୪ ହଜାର ହେକ୍ଟର ଚାଷ ଜମି ରହିଛି। ବାସୁଦେବପୁର ବ୍ଲକଟି ବିଶେଷ କରି ଧାନ ପ୍ରାଧାନ୍ୟ ଅ‌ଞ୍ଚଳ ଭାବେ ପରିଚିତ। ଚାଷୀମାନେ ନିଜ ଚାଷ କରି ପରିବାର ପ୍ରତିପୋଷଣ କରିବା ସହ ବଳକା ଧାନ ବିକ୍ରିବଟା କରି ବର୍ଷଯାକ ଚଳିଥାନ୍ତି। ପ୍ରତିବର୍ଷ ୯୦ପ୍ରତିଶତ ଜମିରେ ଧାନ ଚାଷ ହୋଇଥାଏ। ଶତକଡ଼ା ୧୫ ପ୍ରତିଶତ ଜମିରେ ଧାନବୁଣା ହୋଇଥିବା ବେଳେ ବାକି ଜମିରେ ରୁଆପୋତା କାମ ହୋଇଥାଏ। ସେଥିପାଇଁ ଆଷାଢ଼ ଆରମ୍ଭରେ ଚାଷୀ ଭାଇମାନେ ତଳିକାମ କରିଥାନ୍ତି। ଆଉ ଆଷାଢ଼ ମଝାମଝି ସୁଦ୍ଧା ରୁଆପୋତା କାମ ଆରମ୍ଭ ହୋଇ ସାରିଥାଏ। ତେବେ ଚାଷ ପାଇଁ ଆବଶ୍ୟକ ପାଣି ନଥିବାରୁ ଚାଷକାମ ଅଟକି ରହିଛି। ଗତ କିଛିଦିନ ଧରି ଦୁଇ ତିନିାଟି ଲଘୁଚାପ ହୋଇଥିଲେ ମଧ୍ୟ ପର୍ଯ୍ୟାପ୍ତ ବର୍ଷା ନାହିଁ। ଏପଟେ ନିଅଣ୍ଟିଆ ବର୍ଷା ଯୋଗୁ ବୁଣା ଜମିରେ ଘାସ ଚରିଗଲାଣି। ବ୍ଲକରେ ୧୬ କୁଇଣ୍ଟାଲ ବିହନ ଟାର୍ଗେଟ ଥିବାସ୍ଥଳେ ଏଯାଏ ୧୦ କୁଇଣ୍ଟାଲ ବିହନ ଧାନ ଚାଷୀମାନେ ନେଇଛନ୍ତି। ତେବେ ବର୍ଷା ନାହିଁ ବୋଲି ବିହନ ପକାଇବା କାମ ଆଗେଇ ପାରୁନାହିଁ। ଏଭଳି ସ୍ଥିତିରେ ଚାଷ ନେଇ ଚାଷୀଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିବା ବେଳେ ନଦୀନାଳରେ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

publive-image

ବର୍ଷା ହେଉଥିଲେ ବି ଜମିରେ ପାଣି ରହୁନି। ପ୍ରତିବର୍ଷ ନଦୀ ସଂସ୍କାର ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଯାହାକି ଚାଷ ପାଇଁ ଫଳ ଶୂନ୍‌। ସମସ୍ତ ନଦୀନାଳରେ ମାତ୍ରାଧିକ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା ସହିତ ନଦୀର ସ୍ଥାନେ ସ୍ଥାନେ ସ୍ଲୁଇସ ଗେଟମାନ ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଛି। ସ୍ବଳ୍ପ ବର୍ଷା ହେଲେ ଚେକ୍‌ଗେଟ ଦ୍ବାରା ଜମିକୁ ଜଳସେଚିତ କରିହେବ। ହେଲେ ଏଯାଏ ବ୍ଲକ ଅଞ୍ଚଳରେ କେନାଲ ପାଣି ଯୋଗାଇ ଦେବାରେ ନେତା, ମନ୍ତ୍ରୀ ବିଫଳ ହୋଇଛନ୍ତି। ପୌରପାଳିକା ସମେତ ସମସ୍ତ ୩୬ଟି ପଞ୍ଚାୟତ ମଧ୍ୟରୁ ମାତ୍ର ହାତଗଣତି କେତୋଟି ପଞ୍ଚାୟତକୁ କେନାଲ ସଂଯୋଗ ହୋଇଛି। ଦୀର୍ଘ ବର୍ଷ ତଳୁ ଆରୁହା ସମେତ ବରଣ୍ତୁଆ, ବ୍ରାହ୍ମଣଗାଁ ଓ ନରସିଂହପୁର ପଞ୍ଚାୟତରେ କେତେକ ଜମିକୁ ମାତ୍ର କେନାଲ ଜଳସେଚନର ବ୍ୟବସ୍ଥା ରହିଛି। ବାକି ଅ‌ଞ୍ଚଳକୁ କେନାଲ ସଂଯୋଗ କରିବା ଦିଗରେ କାହାରି କେବେ ଆନ୍ତରିକତା ଦେଖା ଯାଇନଥିବା ଚାଷୀମାନେ ଅଭିଯୋଗ ଉଠାଇଛନ୍ତି। ସ୍ବଳ୍ପବର୍ଷା କାରଣରୁ ଅନେକ ସମୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଉଥିବାରୁ କେନାଲ ସଂଯୋଗ ପାଇଁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe