ଝଡ଼ବର୍ଷାରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

Advertisment
ଝଡ଼ବର୍ଷାରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡ ଅଞ୍ଚଳର ବିଭିନ୍ନ ଗାଁରେ ଝଡ଼ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଚାଷୀମାନେ ଧାରକରଜ କରି ପନିପରିବା ଚାଷ କରିଥିଲେ। ସବୁକିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ଅଦିନିଆ ଝଡ଼ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି। ପନିପରିବା ଚାଷରେ କୁଆ ପଥର ସାଙ୍ଗକୁ ବର୍ଷା ପାଣି ଜମି ରହିଥିବାରୁ ବହୁ କ୍ଷତି ହୋଇଛି। ଦଣ୍ଡପାଟ ଅଞ୍ଚଳର ଦଳସର୍ଗି ଗ୍ରାମର ସତ୍ୟାନନ୍ଦ କାଣ୍ଡ, ରୁକ୍ମଣ ପୁଝାରୀ, ଶଙ୍କର ହଂସ, ଗଂଚୁ ହଂସ, ପ୍ରେମ କାଣ୍ଡ, ଜିମୁତ କାଣ୍ଡ, ଲଛମନ କାଣ୍ଡ, କପୁର କାଣ୍ଡ, ଗଙ୍ଗା କାଣ୍ଡ, ଭାସ୍କର କାଣ୍ଡ, ଶ୍ରୀହରି କାଣ୍ଡ, ତ୍ରିନାଥ କାଣ୍ଡ, ହିମାଞ୍ଚଳ କାଣ୍ଡ, ରତ୍ନାକର କାଣ୍ଡ, ଚମ୍ପେଶ୍ୱର କାଣ୍ଡ, ଗଣେଶ କାଣ୍ଡ, ପର୍ଶୁରାମ କାଣ୍ଡ ପ୍ରମୁଖ ଚାଷୀ ବହୁ ଫସଲ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି।

publive-image

ସେହିପରି କଦଲିମୁଣ୍ଡା ଗ୍ରାମର ଗୋବର୍ଦ୍ଧନ ବୋଡ଼କିଆ, ଗୋଲକ ବୋଡ଼କିଆ, ଗଣେଶ ବୋଡ଼କିଆ, ଅରକ୍ଷିତ ବୋଡ଼କିଆ, ମହେନ୍ଦ୍ର ଅରେବେଡ଼ିଆ, ଧନୁ ଅରେବେଡ଼ିଆ, ତୁଳାରାମ, ରୁକଚନ, ଲଳିତ ଅରେବେଡ଼ିଆ, କାମେଶ୍ୱର ପଟେଲ, ଡିଲେଶ୍ୱର ପଟେଲ ପ୍ରମୁଖଙ୍କ ବ୍ୟାପକ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବିଶେଷ କରି ଟମାଟୋ, ଭେଣ୍ଡି, ବାଇଗଣ, କୋବି  ଆଦି ଚାଷ ବହୁଳ ମାତ୍ରାରେ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀ ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe