ହାତୀ ମୃତ୍ୟୁ ଘଟଣାରେ ଫାର୍ମହାଉସ୍ ମାଲିକ ଗିରଫ

Advertisment
ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ଢେଙ୍କାନାଳ : ସହର ଉପକଣ୍ଠ ବୋରାପଦା ଖମାର ଅଞ୍ଚଳର ଏକ ଆମ୍ବ ଓ କାଜୁ ବଗିଚାରୁ ଗୁରୁବାର ବନ ବିଭାଗ ଏକ ମାଈ ହାତୀର ମୃତଦେହକୁ ଉଦ୍ଧାର କରିଥିଲା। ଫସଲ ସୁରକ୍ଷା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି  ହାତୀଟିର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ଆଜି ସଂପୃକ୍ତ ଅଞ୍ଚଳର ଫାର୍ମହାଉସ୍ ମାଲିକ ସୁବାସ କୁମାର ଦାସଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି।

ବଳଦିଆବନ୍ଧ ଫରେଷ୍ଟ ସେକ୍ସନ୍‌ ବୋରାପଦା ଅଞ୍ଚଳରେ ସୁବାସଙ୍କର ୭ ଏକର ବିଶିଷ୍ଟ ଏକ କାଜୁ ଓ ଆମ୍ବ ଫାର୍ମ ରହିଛି। ଏହା ଭିତରେ ୧୫ ବର୍ଷ ବୟସର ଏକ ମାଈ ହାତୀ ମରି ପଡ଼ିଥିବା ବେଳେ ହାତୀ ଦଳ ସେଠାରେ ରହି ଗର୍ଜନ କରୁଥିଲେ। ଏହି ଖବର ଗତକାଲି ସଂଧ୍ୟାରେ ସ୍ଥାନୀୟ ଲୋକଙ୍କଠାରୁ ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ବାଣ ଫୁଟାଇ ହାତୀମାନଙ୍କୁ ଘଉଡ଼ାଇଥିଲେ। ହାତୀଦଳ ଚାଲିଯିବା ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀ ମରିପଡ଼ିଥିବା ସ୍ଥାନରେ ଜିଆଇ ତାର ବିଛାଯାଇଥିବା ଦେଖିଥିଲେ। ଏଲ୍‌ଟି ଲାଇନ୍‌ରୁ ଘରକୁ ଯାଇଥିବା ବିଦ୍ୟୁତ୍ ଲାଇନ୍‌ରୁ ସେହି ତାରକୁ ସଂଯୋଗ ଦିଆଯାଇଥିଲା। ଘଟଣାସ୍ଥଳରୁ ବନ ବିଭାଗ ୩ କେଜି ଜିଆଇ ତାର, ୩ କେଜି କ୍ଲଜ୍ ତାର ଏବଂ ୨୦ଟି କାଠ କିଳା ଜବତ କରିଥିଲା। ଏହି ଘଟଣାରେ ଫାର୍ମ ହାଉସ୍ ମାଲିକ ସୁବାସ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଡିଏଫ୍ଓ ସୁମିତ୍ କର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe