ବଜ୍ରପାତରେ କୃଷି ଶ୍ରମିକ ମୃତ

Advertisment
ବଜ୍ରପାତରେ ଜଣେ ବ୍ୟକ୍ତି ଓ ଦୁଇ ବଳଦ ମୃତ

Image Courtesy of Zee News

ଵାନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇମାଲ ଗାଁରେ ବଜ୍ରପାତ ଯୋଗୁଁ ଜଣେ କୃଷକଙ୍କ ମୃତ୍ୟୁ ହୋଇଯାଇଛି।

ମିଳିଥିବା ସୂଚନା ମୁତାବକ ରବିବାର ତିଲେଇମାଲ ଗାଁ ହିମାଂଶୁ ମହାନନ୍ଦ (୫୨ ବର୍ଷ) ତଳି ରୁଆ କାର୍ଯ୍ୟ ପାଇଁ ଧାନବିଲକୁ ଯାଇଥିଲେ। ଦିନ ୨ଟା ବେଳେ ବଜ୍ରପାତ ସହ ବର୍ଷା ହେଉଥିବା ସମୟରେ ବଜ୍ରପାତ ଯୋଗୁଁ ସେ ଗୁରୁତର ହୋଇପଡିଥିଲେ। ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ତୁରନ୍ତ ଗାଁ କୁ ଆଣି ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ହିମାଂଶୁ ଅନ୍ୟମାନଙ୍କ ନିକଟରେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ବିୟୋଗରେ ପତ୍ନୀ ଓ ଦୁଇଟି ପୁଅଝିଅ ବେସାହାରା ହୋଇ ପଡିଛନ୍ତି। ତେଣୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହେଉଛି।

ଅଧିକ ପଢ଼ନ୍ତୁ: ଧାନବିଲରେ କାମ କରୁଥିଲେ ଯୁବଚାଷୀ: ବଜ୍ରପାତରେ ୨ ଜଣଙ୍କର ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe