ଭୁବନେଶ୍ୱର: ଯୁକ୍ତ୩/ସ୍ୱୟଂଶାସିତ କଲେଜ, ସେଲ୍ଫ ଫାଇନାନ୍ସିଂ(ଡିଗ୍ର୍ରି) କଲେଜ/ସଂସ୍କୃତ(ଶସ୍ତ୍ରୀ) କଲେଜରେ ନାମଲେଖା ଲାଗି ମଙ୍ଗଳବାରଠାରୁ ଆବେଦନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୯ ହଜାରରୁ ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମୋଟ ୯୭୨ କଲଜରେ ନାମଲେଖା ହେବ। ତେବେ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୩୧ ଜଣ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଫି’ ଦାଖଲ କରିଥିବା ଉଚ୍ଚଶିକ୍ଷା ବିଭାଗ େଓ୍ଵବସାଇଟ୍ରୁ ତଥ୍ୟ ମିଳିଛି। ଜୁନ୍ ୨୬ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ‘www.dheodisha.gov.in/www.samsodisha.gov.in’ ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରିପାରିବେ। ଜୁନ୍ ୨୭ ଅପରାହ୍ନ ୫ଟା ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀ ସମସ୍ତ ଡକ୍ୟୁମେଣ୍ଟ ଓ ଫି’ ଦାଖଲ କରିବେ। ଜୁଲାଇ ୩ରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୪ରୁ ୭ ତାରିଖ ଅପରାହ୍ଣ ୫ଟା ଯାଏ ହେବ। ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବା ସହ ୧୨ ଓ ୧୩ ତାରିଖରେ ନାମଲେଖା କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us