ଗୁରୁବାର ସକାଳେ ରାଜ୍ୟ କ୍ୟାବିନେଟ୍‌: ପ୍ରଥମ ଥର ପାଇଁ ଭିଡିଓ କନ୍‌ଫେରନ୍ସିଂରେ ହେବ

Advertisment
ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବନେଶ୍ବର: ଆସନ୍ତା ୯ ତାରିଖ ଗୁରୁବାର ସକାଳେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ। କୋଭିଡ୍‌-୧୯ ଯୋଗୁଁ ତାଲାବନ୍ଦ ଥିବାରୁ ସାମାଜିକ ଦୂରତା ରକ୍ଷା ଦୃଷ୍ଟିରୁ ଏହି କ୍ୟାବିନେଟ୍‌ ବୈଠକ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହେବ। ପୂର୍ବରୁ ଏପରି ଭିଡିଓ କନଫରେନ୍‌ସିଂ ଜରିଆରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାର ନଜିର ନାହିଁ। ତେବେ କ୍ୟାବିନେଟ୍‌ ଏଜେଣ୍ଡା ଏ ପର୍ଯ୍ୟନ୍ତ କୌଣସି ମନ୍ତ୍ରୀମାନଙ୍କୁ ପ୍ରଦାନ କରାଯାଇ ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ୍‌ ବୈଠକ ସେହିଦନ ସକାଳ ୧୦ଟା ୪୫ରେ ହେବାର ସମ୍ଭାବନା ରହିଛି। ଏଜେଣ୍ଡା ସମ୍ପର୍କରେ ମନ୍ତ୍ରୀମାନଙ୍କୁ ଆସନ୍ତାକାଲି ସୁଦ୍ଧା କିମ୍ବା ଗୁରୁବାର ସକାଳେ ଟେଲିଫୋନ୍‌ ଓ ଇ-ମେଲ୍‌ ଯୋଗେ ଜଣାଇଦିଆଯିବ। କରୋନା ସତର୍କତା ପଦକ୍ଷେପ ସ୍ବରୂପ ସଂସଦୀୟ ବ୍ୟାପାର ବିଭାଗକୁ ଅଣକ୍ରିଟିକାଲ୍‌ ବର୍ଗ ବୋଲି ସରକାର ଘୋଷଣା କରିଥିବାରୁ ଏହି ବିଭାଗର କର୍ମଚାରୀମାନେ ଲୋକସେବା ଭବନ ଆସୁନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe