ବନ କର୍ମଚାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ଅସଦାଚରଣକୁ ବିରୋଧରୁ ହତ୍ୟା!

Advertisment

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡ଼ଗାଁ ପଞ୍ଚାୟତ କୁସୁମଘାଟି ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ଜଙ୍ଗଲରେ ଖଡ଼ିଆ ସମ୍ପ୍ରଦାୟର ଝିଅ ଓ ବୋହୂଙ୍କୁ ଅସଦାଚରଣ କରୁଥିବା ବନ କର୍ମଚାରୀଙ୍କୁ ବିରୋଧ....

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡ଼ଗାଁ ପଞ୍ଚାୟତ କୁସୁମଘାଟି ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ଜଙ୍ଗଲରେ ଖଡ଼ିଆ ସମ୍ପ୍ରଦାୟର ଝିଅ ଓ ବୋହୂଙ୍କୁ ଅସଦାଚରଣ କରୁଥିବା ବନ କର୍ମଚାରୀଙ୍କୁ ବିରୋଧ....

dvdv

କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଡ଼ଗାଁ ପଞ୍ଚାୟତ କୁସୁମଘାଟି ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ଜଙ୍ଗଲରେ ଖଡ଼ିଆ ସମ୍ପ୍ରଦାୟର ଝିଅ ଓ ବୋହୂଙ୍କୁ ଅସଦାଚରଣ କରୁଥିବା ବନ କର୍ମଚାରୀଙ୍କୁ ବିରୋଧ କରିବାରୁ ସନିଆ ଦେହୁରୀ(୫୫)ଙ୍କୁ ହତ୍ୟା କରାଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ୨୦ ଦିନ ତଳେ ବଡ଼ଗାଁ ପଞ୍ଚାୟତ ସୁଗଦା ଡିହିଗାଁର ସନିଆ ଦେହୁରୀ(୫୫) କୁସୁମଖାଟି ଜଙ୍ଗଲକୁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ପାଇଁ ଯାଇ ନିଖୋଜ ହୋଇ ଯାଇଥିଲେ। ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ତେବେ, ଗତ ଶନିବାର ଦିନ କିଛି ମହିଳା ଜଙ୍ଗଲକୁ ପତ୍ର ତୋଳିବା ପାଇଁ ଯାଇଥିବା ବେଳେ ନରକଙ୍କାଳ ଦେଖି ବଡ଼ଗାଁ ରେଞ୍ଜକୁ ଖବର ଦେଇଥିଲେ। ଏହି ଘଟଣା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଆଜି ବନ ବିଭାଗ କର୍ମଚାରୀ, ନିଖୋଜ ଥିବା ସନିଆଙ୍କ ବଡ଼ଭାଇ କାଳିଚରଣ ଦେହୁରୀ ଓ ସାଇଣ୍ଟିଫିକ୍‌ ଟିମ୍‌ଙ୍କୁ ସାଥୀରେ ଧରି ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ। ସନିଆଙ୍କର ମୃତଦେହ ବୋଲି ତାଙ୍କ ବଡ଼ଭାଇ ଚିହ୍ନଟ କରିଥିଲେ। ଏହାପରେ ପୁଲିସ ୨ଟି ଗୋଡ଼ବିହୀନ ନରକଙ୍କାଳ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଇ ଦେଇଥିବା ବେଳେ ତାହା ସନିଆଙ୍କର ବୋଲି ପୁଲିସ ସ୍ପଷ୍ଟ କରିନି। ଡିଏନ୍‌ଏ ଟେଷ୍ଟ ପରେ ମୃତଦେହଟି କାହାର ଜଣାପଡ଼ିବ ବୋଲି ବାଙ୍ଗିରିପୋଷୀ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।

ଜଙ୍ଗଲରୁ ନରକଙ୍କାଳ ମିଳିବା ଘଟଣାର ଭିନ୍ନମୋଡ଼

ଅନ୍ୟପକ୍ଷରେ, ଆଜି ଏହି ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ଥାନୀୟ ଲୋକେ ବନ ବିଭାଗ କର୍ମଚାରୀଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଯାଉଥିବା ଖଡ଼ିଆ ସମ୍ପ୍ରଦାୟର ଝିଅ-ବୋହୂଙ୍କୁ ସବୁଜ ବାହିନୀର କିଛି କର୍ମଚାରୀ ଅସଦାଚରଣ କରିଥିଲେ। କିଛିଦିନ ତଳେ ଏନେଇ ବଡ଼ଗାଁ ରେଞ୍ଜର ମନୋଜ ନାଏକଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିଲା। ସମ୍ଭବତଃ ସେହି ଘଟଣା ପାଇଁ ସନିଆଙ୍କୁ ହତ୍ୟା କରାଯାଇଥିବା ବଡ଼ଗାଁ ‌ମୌଜାର ବମିୟା ସିଂ, ରବୀନ୍ଦ୍ର ସିଂ, ପ୍ରଫୁଲ୍ଲ, ସୁରେନ୍ଦ୍ର ହାଁସଦା, ସାଲଗେ ମାରାଣ୍ଡି, ସୁକେନ ମୁର୍ମୁ ପ୍ରମୁଖ ଅଭିଯୋଗ କରିଛନ୍ତି।

ସେପଟେ ବଡ଼ଗାଁ ରେଞ୍ଜର ମନୋଜ ନାଏକ କହନ୍ତି, ଅସଦାଚରଣ ଅଭିଯୋଗ କ୍ରମେ ସବୁଜ ବାହିନୀର ଦୁଇ କର୍ମଚାରୀ ସିଙ୍ଗୁରାମ ମୁର୍ମୁ ଓ ମନୋଜ ଚାପେୟାରଙ୍କୁ ପିଠାବଟା ରେଞ୍ଜ ଚମ୍ପାଗଡ଼କୁ ବଦଳି କରାଯାଇଛି। ହତ୍ୟା ଅଭିଯୋଗର ସତ୍ୟାସତ୍ୟ ପୁଲିସ ତଦନ୍ତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe