ସମ୍ପତ୍ତି ଭାଗବଣ୍ଟାକୁ ନେଇ ମରଣାନ୍ତକ ଆକ୍ରମଣ, ବାପପୁଅ ସମେତ ୩ ଗୁରୁତର

Advertisment
ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

The Hans India

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଓଡ଼ିଆ ଆଲପୁର ଗ୍ରାମ‌ରେ ଆଜି ସନ୍ଧ୍ୟାରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଗୋଟିଏ ପରିବାରର ୩ଜଣ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରାମ ତରାଇ (୫୦), ତାଙ୍କ ପୁଅ ଲିଙ୍ଗରାଜ (୩୦) ଓ ଲିଙ୍ଗରାଜଙ୍କ ପତ୍ନୀ ଶିବାନୀ (୨୦)। ସମସ୍ତଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ଶାବଳ ଆକ୍ରମଣରେ ଲିଙ୍ଗରାଜଙ୍କ ବାମ ହାତ ଓ ‌ବାମ ଗୋଡ଼ ଭାଙ୍ଗିଯାଇଥିବା ‌ବେଳେ ମୁଣ୍ଡର ୩ଟି ଜାଗାରେ ‌ଖଣ୍ଡା ଚୋଟ ପଡ଼ିଛି। ସେହିପରି ବାପା ରାମ ଓ ପତ୍ନୀ ଶିବାନୀଙ୍କୁ ମୁଣ୍ଡକୁ ହଣାଯାଇଛି। ସମ୍ପତ୍ତି ଭାଗବଣ୍ଟାକୁ ନେଇ ରାମ ତରାଇ ଓ ତାଙ୍କ ବଡ଼ଭାଇ ବିନୋଦଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକି ଆଜି ଉଗ୍ର ରୂପ ଦେଇଥିଲା। ବିନୋଦ ଓ ତାଙ୍କ ପୁଅ ଜଗା ଏବଂ ଅଧିକାରୀ ମିଶି ରାମଙ୍କ ଘରେ ପଶି ସମସ୍ତଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଖଣ୍ଡା ଓ ଶାବଳରେ ଆକ୍ରମଣ ହୋଇଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନା ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe