Advertisment

ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Advertisment
ବ୍ୟବସାୟୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ବୌଦ୍ଧ : ବୌଦ୍ଧ ଜିଲ୍ଲା ୫୭ ନଂ ଜାତୀୟ ରାଜପଥର ଗମ୍ଭାରୀପଦରରେ ଥିବା ଏକ ପେଟ୍ରୋଲ ପମ୍ପର ମାଲିକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଶନିବାର ମଧ୍ୟାହ୍ନରେ ବୌଦ୍ଧ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି। ଖୁବଶୀଘ୍ର ଆକ୍ରମଣକାରୀମାନେ ଗିରଫ ହେବ‌େ ବୋଲି ଆଇଆଇସି ତପସ୍ବିନୀ କହଁର ପ୍ରକାଶ କରିଛନ୍ତି।

ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ବୌଦ୍ଧ ଗାନ୍ଧୀ ଛକର ନଟବର ଅଗ୍ରୱାଲଙ୍କ ଏକ ପେଟ୍ରୋଲ୍‌ ପମ୍ପ ଗମ୍ଭାରୀପଦରରେ ରହିଛି। ଶୁକ୍ରବାର ଅପରାହ୍ନରେ ସେ ପେଟ୍ରୋଲ ପମ୍ପ ଅଫିସରେ ହିସାବ ଦେଖୁଥିବା ବେଳେ ଚାରି ଜଣ ଯୁବକ ସ୍କୁଟର ଓ ବାଇକରେ ଆସି ତେଲ ଦେଉଥିବା କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲେ। ଶ୍ରୀ ଅଗ୍ରୱାଲ ଯାଇ ଯୁବକଙ୍କୁ ବୁଝାସୁଝା କରି ଅଫିସକୁ ଫେରୁଥିବା ବେଳେ ହଠାତ ତାଙ୍କୁ ଆକ୍ରମଣ କରାଯାଇଥିଲା। ଯୁବକମାନେ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡର ବିଭିନ୍ନ ସ୍ଥାନରେ ଆଘାତ କରିବା ସହ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ସେ ଅଚେତ ହୋଇପଡ଼ିଥିଲେ। କର୍ମଚାରରୀମାନେ ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଶନିବାର ପୂର୍ବାହ୍ଣରେ ଚେତା ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe