DNA India
ଭବାନୀପାଟଣା : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ସାନପାଜିପଟ୍ଟା ଗ୍ରାମର ବିଜୟ ମାଝୀ ଘରୋଇ କଳହକୁ ନେଇ ଗାଁ ଦାଣ୍ଡରେ ନିଜ କକା ପୁଅ ଭାଇ ନନ୍ଦା ମାଝୀକୁ ଠେଙ୍ଗା ଓ ଛୁରୀରେ ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଫଳରେ ନନ୍ଦା ମାଝୀ ଗୁରୁତର ହୋଇଥିବା ବେଳେ ଭବାନୀପାଟଣା ସଦରମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ତାଙ୍କୁ ଭର୍ତ୍ତି କରାଯାଇଛି। ଦୁହିଁଙ୍କ ମଧ୍ୟରେ ବଚସା ଯୋଗୁଁ ବିଜୟ ମାଝୀ ଅତର୍କିତ ଆକ୍ରମଣ କରିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗାଁ ଦାଣ୍ଡରେ ପଡ଼ି ଯାଇଥିଲେ। ପରିବାର ଲୋକେ ତାକୁ ଡାକ୍ତରଖାନା ଆଣି ଚିକିତ୍ସା କରୁଛନ୍ତି।
Follow Us