ପୌର ନିର୍ବାଚନ: ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ, ମାଲକାନଗିରିରେ ୬୩.୬୧% ମତଦାନ

Advertisment
ପୌର ନିର୍ବାଚନ: ଇଭିଏମରେ ବନ୍ଦ ହେଲା ପୌରାଧ୍ୟକ୍ଷ-କାଉନସିଲରଙ୍କ ଭାଗ୍ୟ, ମାଲକାନଗିରିରେ ୬୩.୬୧% ମତଦାନ

ମାଲକାନଗିରି: ମାଲକାନଗିରି ପୌର ନିର୍ବାଚନ ଏବଂ ବାଲିମେଳା ଏନଏସି ନିର୍ବାଚନ ସୁରୁଖୁରୁରେ ସମାପ୍ତ ହୋଇଛି। ‌ମୋଟ ୬୩.୬୧ ପ୍ରତିଶତ ମତଦାନ ହୋଇଛି। ଆଜି ସକାଳ ୮ଟାରୁ ମାଲକାନଗିରି ପୌର ପରିଷଦର ୧୯ଟି ଵାର୍ଡରେ ରହିଥିବା ୨୯ଟି ବୁଥରେ ଭୋଟରଙ୍କର ଲମ୍ବାଧାଡି ଦେଖିବାକୁ  ମିଳିଥିଲା। ମାଲକାନଗିରି ପୌର ପରିଷଦରେ ୨୯ଟି ବୁଥ ମଧ୍ୟରୁ ୩ଟି ପିଙ୍କ ବୁଥ ରହିଥିବା ବେଳେ ୫ଟି ମୋଡେଲ ବୁଥ ରହିଛି। ମାଲକାନଗିରି ପୌର ପରିଷଦରେ ୨୫,୫୩୯ ଜଣ ଭୋଟ ରହିଛନ୍ତି।

ସେହିପରି ବାଲିମେଳା ଏନଏସିରେ ୧୨ଟି ଵାର୍ଡ ରହିଥଇବା ବେଳେ ଗୋଟିଏ ପିଙ୍କ ଏବଂ ଗୋଟିଏ ମୋଡେଲ ବୁଥ କରାଯାଇଛି। ବାଲିମେଳା ଏନଏସିରେ ୮,୪୯୭ ଜଣ ଭୋଟର ରହିଛନ୍ତି। ମାଲକାନଗିରି ଏବଂ ବାଲିମେଳାରେ ତ୍ରିମୁଖୀ ଲଢେଇ ହେଉଥିବା ବେଳେ ସ୍ବାଧୀନ ପ୍ରାର୍ଥୀମାନେ ମଧ୍ୟ ଏହି ନିର୍ବାଚନରେ ବିଜୟୀ ହେବାର ଆଶା ରଖିଛନ୍ତି।ମାଲକାନଗିରି ପୌର ନିର୍ବାଚନରେ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶାନ୍ତିଶୃଙ୍ଖଲାରେ ଚାଲିଥିବା ବେଳେ ବାଲିମେଳା ଏନଏସି ନିର୍ବାଚନର ଦାୟୀତ୍ବ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୂୟାଁଙ୍କ ତତ୍ବାବଧାନରେ ଚାଲିଛି। ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ବୟୋଜ୍ୟୋଷ୍ଠ ଗୁପ୍ତ ପ୍ରସାଦ ପଣ୍ଡାଙ୍କ କହିବା ଅନୁଯାୟୀ ସେ ବର୍ତ୍ତମାନ ୮୩ ବର୍ଷରେ ପହଞ୍ଚିଛନ୍ତି। ମୋର ବର୍ତ୍ତମାନ ଗୋଡ ଏବଂ ହାତ କାମ କରୁନଥିଲେ ମଧ୍ୟ ମୁଁ ମୋର ଅଧିକାରକୁ କ୍ଷୁର୍ଣ୍ଣ ହେବାକୁ ଦେବି ନାହିଁ। ମୁଁ ମୋର ପସନ୍ଦର ପ୍ରାର୍ଥୀଙ୍କୁ ନିଶ୍ଚିତ ଭାବେ ଭୋଟ ଦେଇ ବିଜୟୀ କରାଇବି। ଲୋକେ ନିଜର ପରିବାରର ଯେଉଁମାନେ ବୃଦ୍ଧ ବୃଦ୍ଧା ଏବଂ ରୋଗୀଣା ରହିଛନ୍ତି ସମସ୍ତଙ୍କୁ ଉଠାଇ ଉଠାଇ ଆଣୁଥିବା ଦେଖିବାକୁ ମିଳିଥିଲା, ଯାହାକି ସମସ୍ତଙ୍କୁ ଚକିତ କରିଥିଲା। ପୁଲିସ ତରଫରୁ କଡା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। କୌଣସି ଅପ୍ରତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ଭୋଟ ଗଣତି କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe