ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ବାପ ସହ ଶିଶୁ ମୃତ, ସ୍ତ୍ରୀ ଗୁରୁତର

ବାଇକକୁ ଧକ୍କା ଦେଲା କାର୍, ଚାଲିଗଲା ମହିଳାଙ୍କ ଜୀବନ

ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଧୀନ ୫୨୦ ନମ୍ବର ଜାତୀୟ ରାଜପଥର ରୋଇଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ମାଡ଼ିଯିବାରୁ ଘଟଣାସ୍ଥଳରେ ବାଇକ୍‌ ଚାଳକ ଓ ତାଙ୍କ ୨ ବର୍ଷର ଶିଶୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହି ଦୁର୍ଘଟଣାରେ ଚାଳକଙ୍କ ପତ୍ନୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିର କୌଣସି ପତ୍ତା ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ପ୍ରାୟ ୬.୩୦ ମିନିଟ ସମୟରେ ଯୋଡ଼ା ପଟୁ ବଡ଼ବିଲ ଅଭିମୁଖେ ଏକ ବାଇକ(ଓ଼ଆର୦୯ଏମ-୫୧୧୨) ଯୋଗେ ସ୍ୱାମୀ, ସ୍ତ୍ରୀ ଓ ଛୁଆ ଆସୁଥିବା ସମୟରେ, ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ରୋଇଡ଼ା ଛକ ନିକଟରେ ଏକ ଅଜଣା ଗାଡି ବାଇକ ଉପରେ ମାଡ଼ି ଯାଇ ଫେରାର ହୋଇଯାଇଥିଲା। ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ବାପ ଓ ଛୁଆର ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ବଡ଼ବିଲ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ ଗୁରୁତର ଆହତଙ୍କୁ ବଡ଼ବିଲ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।

ଖବର ଲେଖାହେବାଯାଏ ମୃତାହତଙ୍କ କୌଣସି ପରିଚୟ ମିଳିପାରି ନଥିବାବେଳେ ଦୁର୍ଘଟଣାରେ ଚୁରମାର ହୋଇଯାଇଥିବା ବାଇକଟି, ଚମ୍ପୁଆ ଥାନା ଅନ୍ତର୍ଗତ ବଡଡୁମୁରିଆ, ବାଲିପୋଷି ଗ୍ରାମର ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe