ଆଖୁଆପଦା ବୈତରଣୀ ବ୍ରିଜରୁ ଡେଇଁ ବାପ ଝିଅ ନିଖୋଜ

Advertisment
ଆଖୁଆପଦା ବୈତରଣୀ ବ୍ରିଜରୁ ଡେଇଁ ବାପ ଝିଅ ନିଖୋଜ

ଭଣ୍ଡାରିପୋଖରୀ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁ ଵାପ ଝିଅ ନିଖୋଜ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଆଜି ରାତି ପ୍ରାୟ ୯ଟା ଵେଳେ ଵାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି। ଖବର ପାଇ ଘଟଣା ସ୍ଥଳରେ ପୋଲିସ ,ଡମକଳ ଓ ଓଡ୍ରାଫ ଦଳ ପହଂଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଛନ୍ତି।ଚନ୍ଦନଙ୍କ ପତ୍ନୀର ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ କାରଣ ଜଣାପଡିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe