ଧାନ ବିଲରେ ଘାସ ବାଛୁଥିବା ସମୟରେ ଅଘଟଣ; ବଜ୍ରପାତରେ ବାପା-ଝିଅଙ୍କ ମୃତ୍ୟୁ, ମା’ ଗୁରୁତର

Advertisment
ଧାନ ବିଲରେ ଘାସ ବାଛୁଥିବା ସମୟରେ ଅଘଟଣ; ବଜ୍ରପାତରେ ବାପା-ଝିଅଙ୍କ ମୃତ୍ୟୁ, ମା’ ଗୁରୁତର

The Scientist Magazine

ରାଇଘର: ଧାନ ବିଲରେ ଘାସ ବାଛୁଥିବା ସମୟରେ ବଜ୍ରପାତ ଘଟି ଗୋଟିଏ ପରିବାରର ବାପା ଓ ଝିଅର ମୃତ୍ୟୁ ଘଟିଥିବା ବେଳେ ମା’ ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡିହି ଆଦିବାସୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ରାମନାଥ ଗଣ୍ଡ (୪୨) ଓ ଝିଅ ଫୁଲକ ଗଣ୍ଡ (୧୬)।

ସୂଚନା ଅନୁଯାଇ ତୁରୁଡିହି ଆଦିବାସୀ ଗ୍ରାମର ରାମନାଥ ଗଣ୍ଡ ନିଜ ପତ୍ନୀ ରାମବାଇ ଗଣ୍ଡ ଏବଂ ତାର ଝିଅ ଫୁଲକୋ ଗତକାଲି ଅପରାହ୍ନରେ ନିଜ ଧାନ ବିଲରେ ଘାସ ବାଛିବାକୁ ଯାଇଥିଲେ। ପ୍ରାୟ ୪ଟା ସମୟରେ ଘଡ଼ଘଡ଼ି ସହିତ ବଜ୍ରପାତ ହୋଇଥିଲା। ପ୍ରଥମେ ରାମନାଥଙ୍କ ଉପରେ ବଜ୍ରପାତ ହୋଇଥିଲା। ବଜ୍ରପାତର ପ୍ରଭାବ ଏତେ ମାତ୍ରାରେ ଥିଲା ଯେ ପାଖରେ ଥିବା ଝିଅ ଫୁଲକ ଓ ପତ୍ନୀ ରାମବାଇ ମଧ୍ୟ ଏହାର ସଂସ୍ପର୍ଶରେ ଆସିଥିଲେ। ଫଳରେ ତିନି ଜଣ ସେହି ବିଲରେ ପଡ଼ିଯାଇ ଛଟପଟ ହୋଇଥିଲେ।

ଏହି ଘଟଣା ଦେଖି ନିକଟରେ କାମ କରୁଥିବା ଲୋକମାନେ ଦୌଡ଼ି ଆସି ଦେଖିବା ବେଳକୁ ରାମନାଥ ଗଣ୍ଡଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଅପରପକ୍ଷରେ ଝିଅ ଓ ମା’ଙ୍କ ଅବସ୍ଥା ଗୁରୁତର ଥିବା ଦେଖି ସେମାନଙ୍କୁ ହାଟଭରାଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ଡକ୍ଟର ସେଠାରେ ଫୁଲକକୁ ମୃତ ଘୋଷଣା କରିଥିବା ବେଳେ ରାମବାଇଙ୍କ ଚିକିତ୍ସା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe