ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ମା' ଗୁରୁତର

ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ମା' ଗୁରୁତର

ଖଜୁରୀପଡ଼ା: ଫୁଲବାଣୀ ସଦର ଥାନା ଅଞ୍ଚଳରେ ଜଣେ ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପା ଓ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ସୁଡ୍ରୁକୁମ୍ପା ପଞ୍ଚାୟତ ଡଡ଼ମାସ୍କା ଗ୍ରାମରେ। ଗ୍ରାମର ବିଷ୍ଣୁନାଥ ବେହେରା(୭୦) ଓ ମୋହନା ବେହେରା(୬୦)ଙ୍କ ଏକମାତ୍ର ପୁଅ ହେଉଛନ୍ତି କେଦାର।

ତେବେ କେଦାର ସବୁବେଳେ ମଦ୍ୟପାନ କରି ଗାଁରେ ବିଭିନ୍ନ ଲୋକଙ୍କ ସହ ପାଟିତୁଣ୍ଡ କରିଥାନ୍ତି। ତେବେ ସେ ଗୁରୁବାର ପ୍ରଚୁର ମଦ୍ୟପାନ କରି ସାହି ଲୋକଙ୍କ ସହିତ ପାଟିତୁଣ୍ଡ କରୁଥିବା ବେଳେ ବାପାମାଆ ସେଠାରେ ପହଞ୍ଚି ତାଙ୍କୁ ବୁଝାଇଥିଲେ। ତେବେ କେଦାର ନିଜର ହିତାହିତ୍ୟ ଜ୍ଞାନ ଭୁଲି ଏକ ଠେଙ୍ଗାରେ ବାପା ମାଙ୍କୁ ଆକ୍ରମଣ କରିଥିଲେ। ସାହି ଲୋକ ବୃଦ୍ଧ ବାପାମାଆଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତବେ ଘଟଣା ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସଦର ଥାନା ଅଧିକାରୀ ସମୀର କୁମାର ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe