ଆଖଣ୍ଡଳମଣିଙ୍କ ଦର୍ଶନ ସାରି ଫେରିବାବେଳେ ଚାପିଦେଲା ଟ୍ରଲର୍‌, ଦୁଇ ଝିଅଙ୍କ ଆଗରେ ଚାଲିଗଲା ବାପାମାଆଙ୍କ ଜୀବନ

Advertisment
ଅଜଣା ଗାଡ଼ି ଧକ୍କାରେ ସାଇକଲ ଚାଳକ ମୃତ

Amarujala

ଭଦ୍ରକ/ରାଣୀତାଲ: ବିଧିର କି ବିଧାନ। ଦୁଇ ଝିଅଙ୍କ ଆଗରେ ଛଟପଟ ହୋଇ ବାପା, ମାଆଙ୍କର ପ୍ରାଣ ଚାଲିଗଲା। ସୋମବାର ସନ୍ଧ୍ୟାରେ ଭଦ୍ରକ ସହର ଉପକଣ୍ଠ ରାଣୀତାଲ ଛକରେ ସଂଘଟିତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ଛାତି ଥରାଇ ଦେଇଛି।

ବାଲେଶ୍ବର ଜିଲ୍ଲା ବାହାନଗା ବ୍ଳକ ବଗଲପୁର ଅଞ୍ଚଳର ଗୋଟିଏ ପରିବାରର ବାପା, ମାଆ ଓ ଦୁଇଝିଅ ସୋମବାର ସକାଳେ ଦୁଇଟି ସ୍କୁଟିରେ ଭଦ୍ରକ ଜିଲ୍ଲା ଆରଡ଼ିକୁ ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ଯାଇଥିଲେ। ଠାକୁରଙ୍କ ଦର୍ଶନ ସାରି ବାପା ବୈକୁଣ୍ଠ ରାଉତ (୬୦) ଓ ମାଆ କୁଞ୍ଜଲତା (୫୫) ଓଡି୦୧ସି-୩୬୦୬ ନମ୍ବର ସ୍କୁଟିରେ ଓ ଦୁଇ ଝିଅ ଅନ୍ୟ ଏକ ସ୍କୁଟି ଓଡି୦୧ଏଏ-୬୮୨୮ରେ ଆଗପଛ ହୋଇ ବାହାନଗା ଫେରୁଥିବାବେଳେ ସନ୍ଧ୍ୟାରେ ରାଣୀତାଲ ଛକରେ ଏକ ଟ୍ରଲର୍‌ ପଛପଟୁ ଆସି ବୈକୁଣ୍ଠଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଝିଅଙ୍କ ଆଗରେ ମାଆ କୁଞ୍ଜଲତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବାବେଳେ ଗୁରୁତର ଅବସ୍ଥାରେ ବାପା ବୈକୁଣ୍ଠଙ୍କୁ ଡାକ୍ତରଖାନା ନିଆଯିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ମରଶରୀର ନେବା ବେଳେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ‘ଡିବିଏଲ୍‌’ ବିରୋଧରେ ପ୍ରବଳ ବିଷୋଦଗାର କରିଥିଲେ। ଦୁର୍ଘଟଣାସ୍ଥଳରେ ହମ୍ପ୍‌ସ ଓ କ୍ଷତିପୂରଣ ଦାବିରେ ୧୬ ନମ୍ୱର ଜାତୀୟ ରାଜପଥରେ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଜନତା। ପୁଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାମ କରୁଥିବା ଏହି ସଂସ୍ଥା ଲୋକଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛି। ଫଳରେ ପ୍ରତିଦିନ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ସୋମବାର ପୂର୍ବାହ୍ନରେ ରାଣୀତାଲ ହାଇସ୍କୁଲ ଛକଠାରେ ଟ୍ରକ୍‌ ଓଲଟି ଚାଳକ ଗୁରୁତର ହୋଇଥିବା ବେଳେ ୫ ଦିନ ପୂର୍ବରୁ ଜଣେ ରାଜମିସ୍ତ୍ରିଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe